ଭୁବନେଶ୍ୱର,୦୭/୧୦/୨୦୨୬(ଓଡ଼ିଶା ସମାଚାର)-ଭାରତ ସରକାରଙ୍କ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ଵାରା ‘ସ୍ଵଚ୍ଛତା ହିଁ ସେବା – ୨୦୨୬’ ଅଭିଯାନ ଅଧୀନରେ ଲୋକସେବା ଭବନ ପରିସରରେ ଅର୍ଥ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ଓ ଶ୍ରମଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଲୋକସେବା ଭବନରେ କାର୍ଯ୍ୟରତ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଖୁବ୍ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ l ଉଭୟ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଲୋକସେବା ପରିସରରୁ ଆବର୍ଜନା ସଂଗ୍ରହ କରି ସଫେଇ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।
କାର୍ଯ୍ୟକ୍ରମ ଅବସରରେ ଅଧିକାରୀ ଓ କର୍ମଚାରୀମାନେ ସ୍ୱଚ୍ଛତା ଶପଥ ଗ୍ରହଣ କରିବା ସହ ନିଜ ଚାରିପାଖର ପରିବେଶକୁ ସ୍ୱଚ୍ଛ ରଖିବା ଏବଂ ଦୈନନ୍ଦିନ ଜୀବନରେ ସ୍ଵଚ୍ଛତାକୁ ଏକ ଅଭ୍ୟାସ ଭାବେ ଗ୍ରହଣ କରିବା ନିମନ୍ତେ ସଂକଳ୍ପବଦ୍ଧ ହୋଇଥିଲେ ।
ସ୍ଵଚ୍ଛ ଭାରତ ମାଧ୍ୟମରେ ବିକଶିତ ଭାରତ ଗଠନର ସ୍ଵପ୍ନକୁ ସାକାର କରିବା ଦିଗରେ ଏହି ଅଭିଯାନ ସଭିଙ୍କୁ ଅନୁପ୍ରାଣିତ କରିବା ସହ ଆମର ସାମାଜିକ ଦାୟିତ୍ୱ ସମ୍ବନ୍ଧରେ ସଭିଙ୍କୁ ସଚେତନ କରାଇବ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା ।
-0-
ଅଂଶୁମାନ ସାହୁ ଲୋକସମ୍ପର୍କ ଅଧିକାରୀ ,ଅର୍ଥ ବିଭାଗ ଙ୍କ ସୌଜନ୍ୟ ରୁ
