ଯାଜପୁର, ୧୦/୦୪/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର )- ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚୀବ ଜ୍ୟୋତିର୍ମୟୀ ଦାସ ଙ୍କ ଅଧ୍ୟକ୍ଷତା ରେ ରାମବାଗ ଡିଗ୍ରୀ କଲେଜ ପରିସର ରେ ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି ।
ଅତିଥି ଭାବେ ଯୋଗ ଦେଇ ସବିତା ମାଝି ଡିଏସପି,ଏଚ୍ଆରପିସି,ସତ୍ୟବ୍ରତ ଲେଙ୍କା ଏସଡିପିଓ ଯାଜପୁର,ଓ ଆଡଭୋକେଟ୍ କୁଳମଣି ଲେଙ୍କା ପ୍ରମୁଖ ଏତଲା ଏଫ୍ ଆଇ ଆର,ଜାମିନୀ ବେଲ୍,ଗିରଫ୍ ପରଓ୍ଵାନା ଓ୍ବାରେଣ୍ଟ,ପୁର୍ନଵିଚାର ପ୍ରାର୍ଥନା ଅପିଲ୍ ,ହୁକୁମନାମା ସମନ ଓ ପ୍ରାକ୍ ମୁଲଚାଲ ପ୍ରି ଵାରଗେନି ଇତ୍ୟାଦି ବିଷୟ ରେ ଆଲୋଚନା କରି ଉପସ୍ଥିତ ଥିବା କଲେଜ ର ଛାତ୍ର ଛାତ୍ରୀ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ସଚେତନ କରାଇଥିଲେ ।
ଡିଗ୍ରି କଲେଜ ର ଅଧ୍ୟକ୍ଷ ପ୍ରମୋଦ କୁମାର ମହାନ୍ତି ସୂଚନା ଓ ସ୍ବାଗତ ବକ୍ତବ୍ୟ ପ୍ରଦାନ କରିଥିବା ଵେଳେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଅନିଲ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିବାରେ ପ୍ରାଧିକରଣ ଓ ମହାବିଦ୍ୟାଳୟ ର କର୍ମଚାରୀ ମାନେ ସହଯୋଗ କରିଥିଲେ ।