ଗୋପ ୨୯/୦୩/୨୦୨୫ (ଓଡ଼ିଶା ସମାଚାର)- ଦୀର୍ଘ ୨ଶହ ବର୍ଷ ଧରି ପାଳନ ହୋଇ ଆସୁଥିବା ଗୋପ ସାଗର ସାନ୍ନ ମେଲେଣ ଏବେ ଲୋକ ମହୋତ୍ସବରେ ପରିଣତ ହୋଇଛି।ଏହି ମହୋତ୍ସବର ପ୍ରଥମ ସନ୍ଧ୍ୟାର ମୁଖ୍ୟ ଅତିଥି ଗୋପ ବ୍ଲକ ଉପାଧ୍ୟକ୍ଷ ବନରଞ୍ଜନ ପଟ୍ଟନାୟକ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ମଞ୍ଚ ଉପରେ ଅତିଥି ଭାବେ ମୁଖ୍ୟବକ୍ତା ଭାବେ ଜଗତ୍ସିଂହପୁର ଏମପି ପ୍ରତିନିଧ ସୁଶାନ୍ତ କୁମାର ସ୍ବାଇଁ ତାଙ୍କ ଅଭିଭାଷଣରେ ଆଗାମୀ ଦିନରେ ଏହି ମହୋତ୍ସବକୁ ଅଧିକ ସରସ ସୁନ୍ଦର କରିବା ପାଇଁ ଆଗାମୀ ଦିନରେ ବ୍ୟାପକ ବ୍ୟବସ୍ଥା କରାଯିବ ବୋଲି କହିଥିଲେ।
ସାଗର ସାନ୍ନ ଗୋପ ଲୋକ ଉତ୍ସବ ପରିଚାଳକ ପ୍ରାଧ୍ୟାପକ ପ୍ରକାଶ ଚନ୍ଦ୍ର ଖଟୋଇ ସଭାଟିକୁ ପରିଚାଳନା କରିଥିଲେ।ଆୟୋଜିତ ଏହି ଉତ୍ସବରେ ସାଂସ୍କୃତିକ କାର୍ୟ୍ୟକ୍ରମରେ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ଗୋପ ଲୋକ ଉତ୍ସବ ସାଗର ସାନ୍ନ ମେଲଣ ଭବନେଶ୍ୱର ରୁ ଆସିଥିବା ମୟୂରୀ ଆର୍ଟ ସେଣ୍ଟର ତରଫରୁ ଉକ୍ତ ଅନୁଷ୍ଠାନର ସଭାପତି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ନାଟ୍ୟକାର ଡ଼ା ବିଜୟ କୁମାର ମହାନ୍ତି ଓ ନିର୍ଦେଶକ ପ୍ରଦୀପ ମିଶ୍ର ଦ୍ୱାରା ଆୟୋଜିତ ଛଉ ନୃତ୍ୟ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଅତିଥି ଭାବେ ମହୋତ୍ସବରେ ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ରାୟ, ସାଇଁସ ସରପଞ୍ଚ ଦେବାଶିଷ ଆଚାର୍ୟ୍ୟ,ସମିତିସଭ୍ୟ ସନ୍ଧ୍ୟାରାଣୀ ରଥ, ଅଶ୍ବିନୀ ପଟ୍ଟନାୟକ, ଲୋକ ମହୋତ୍ସବର ବରିଷ୍ଠ ସମ୍ପାଦକ ସତ୍ୟପୀର ନାୟକ, ନରେନ୍ଦ୍ର ଦାଶ, ବିଭୂତି ଭୂଷଣ ପଟ୍ଟନାୟକ, ମନ୍ଦୀପ ପାଇକରାୟ, ଏସ ବି ଆଇ ଗୋପ ଶାଖା ପରିଚାଳକ ରୋଜାଲିନ ପଣ୍ଡା ଉପସ୍ଥିତଥିଲେ।
ସେହିପରି ଗୋପ ଲୋକ ଉତ୍ସବ ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ମୁଖପାତ୍ର ଶ୍ରୀଯୁକ୍ତ ସମୀର ରଞ୍ଜନ ଦାସ ଯୋଗଦେଇ ଉତ୍ସବକୁ ପ୍ରଦୀପ ପ୍ରଜ୍ବଳନକରି ଉଦଘାଟନ କରି ତାଙ୍କ ଅଭିଭାଷଣରେ ଆସନ୍ତା ପାଞ୍ଚ ବର୍ଷରେ ଗୋପକୁ ସୁନାର ଗୋପ କାରଯିବ ଏବଂ ଧନୁଆ ନଦୀ ସମସ୍ୟା ସହିତ ଗୋପ ବ୍ଲକରେ ପିଇବା ପାଣି ସମସ୍ୟା ତୁରନ୍ତ ସମାଧାନ କରାଯିବ ବୋଲି ପୂର୍ବତନ ମନ୍ତ୍ରୀ ସମୀର ଦାସ କହିଥିଲେ। ଅନ୍ୟତମ ଅତୀତ ଭାବେ ଯୁବ ନେତା ମନ୍ଦୀପ ପାଇକରାୟ, ଏସ ବି ଆଇ ଗୋପ ଶାଖା ପରିଚାଳକ ରୋଜାଲିନ ପଣ୍ଡା ଉପସ୍ଥିତ ଥିଲେ।
ଏହି ଲୋକଉତ୍ସବ ରେ ବିଶିଷ୍ଟ ପଟଶିଳ୍ପୀ କୁଷ୍ଣପ୍ରିୟା ଆଚାର୍ୟ୍ୟ ଏବଂ କ୍ରୀଡାବିତ ଅନିଲ କୁମାର ସେନାପତିଙ୍କୁ ମୁଖ୍ୟଅତିଥି ସମୀର ଦାସଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରଯାଇଥିଲା । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଲାଗି ବିଶିଷ୍ଟ ବ୍ୟକ୍ତି ଓ ଛାତ୍ରୀଛାତ୍ରଙ୍କୁ ସମ୍ମାନିତ କରାଯାଇଥିବାବେଳେ ପିଲାଙ୍କ ଦ୍ଵାରା ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ ହୋଇଥିଲା। କାର୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ ସଂଗ୍ରାମ କେଶରୀ ଭୋଳ , ପ୍ରମୋଦ କୁମାର ମହାପାତ୍ର, କାର୍ତିକ ପ୍ରଧାନ, ସତ୍ୟନାରାୟଣ ସେନାପତି ପରିଚାଳନା କରିଥିଲେ।
