ସାଇନାଥ ମନ୍ଦିରର ପଞ୍ଚମ ବାର୍ଷିକ ପ୍ରତିଷ୍ଠା ଉତ୍ସଵ ଓ ବିଶ୍ୱଶାନ୍ତି ଯଜ୍ଞ 

 ମାହାଙ୍ଗା ୧୦/୦୪/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା )-ମାହାଙ୍ଗା ଥାନା ନିକଟସ୍ଥ ପୁଣ୍ୟତୋୟା ଜରିଆ ନଦୀ କୂଳରେ ସାଇନାଥ ମନ୍ଦିରର ପଞ୍ଚମ ବାର୍ଷିକ ପ୍ରତିଷ୍ଠା ଉତ୍ସଵ ଓ ବିଶ୍ୱଶାନ୍ତି ଯଜ୍ଞ ୪ ଦିନ ବ୍ୟାପୀ ଭିନ୍ନ ଭିନ୍ନ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯକ୍ରମ ସହ  ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି l ୪ ତାରିଖ ଶୁକ୍ରବାର ଦିନ ଅଙ୍କୁରାରୋପଣ ଓ ସନ୍ଧ୍ୟାରେ ଜରିଆ ନଦୀ ଆଳତି କରାଯାଇଥିଲା ।

୫ ତାରିଖରେ ୧୦୮ କଳସ ଶୋଭାଯାତ୍ରା ରେ ଅଣାଯାଇ  ଯଜ୍ଞଆରମ୍ଭ ହୋଇଥିଲା , ୬ ତାରିଖରେ ଚଭାଡି ଶୋଭାଯାତ୍ରା ଦିନ ୪ ଟା ରୁ ବାହାରି ଆଖପାଖ ଅଂଚଳର ୧୨ ଟି ଗ୍ରାମ ପରିକ୍ରମା କରିଥିଲା ଓ ୭ ତାରିଖରେ ଯଜ୍ଞ ପୂର୍ଣ୍ଣାହୁତି କରାଯାଇଥିଲା। ପ୍ରତିଦିନ ସନ୍ଧ୍ୟାରେ ସାଇ ଭଜନ, ପ୍ରବଚନ ଓ ଭିନ୍ନ ଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବା ସହ ୫ ତାରିଖ ଶନିବାର ସନ୍ଧ୍ୟାରେ ବରିଷ୍ଠ ପ୍ରବଚନ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ‘ ଶୁଙ୍ଖଳିତ ଜୀବନ ଚର୍ଯ୍ୟାରେ ଗୁରୁଙ୍କ ଭୂମିକା ‘ ଶୀର୍ଷକରେ ପ୍ରବଚନ ପ୍ରଦାନ କରିଥିଲେ ।

୭ ତାରିଖ ପୂର୍ଣ୍ଣାହୁତି ସନ୍ଧ୍ୟାରେ ବରିଷ୍ଠ କଣ୍ଠଶିଳ୍ପୀ ସ୍ବର୍ଗତ ଅରବିନ୍ଦ ମୁଦୁଲିଙ୍କ ସୁପୁତ୍ର ଜଗବନ୍ଧୁ ମୁଦୁଲି ଓ ସାଥୀଙ୍କ ଦ୍ଵାରା ଭକ୍ତି ସଂଗୀତ ପରିବେଷଣ  କରାଯାଇଥିଲା। ୪ ଦିନ ବ୍ୟାପୀ ଉକ୍ତ ଅଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେବା ସହ ଅନ୍ନ ପ୍ରସାଦ ସେବନ କରିଥିଲେ । ଶାନ୍ତି ଶୃଙ୍ଖଳା ର ସହ ଉପରୋକ୍ତ କାର୍ଯକ୍ରମ ଗୁଡ଼ିକ ସମ୍ପୂର୍ଣ୍ଣ ହୋଇଥିବାରୁ ସାଇ ପ୍ରଶାନ୍ତି ମନ୍ଦିର ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଜନସାଧାରଣ ଓ ଭକ୍ତ ମାନଙ୍କୁ କୃତଜ୍ଞତା ଅର୍ପଣ କରାଯାଇଛି ।

Leave a Reply

Your email address will not be published. Required fields are marked *