କଟକ ସଦର,୧୪/୦୨/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):କଟକ ମହାନଗର (ସିଏମସି), କମିଶନରେଟ ପୋଲିସ ଇଲାକା ତଥା ଚୈ।ଦ୍ୱ।ର-କଟକ ନିର୍ବାଚନ ମଣ୍ଡଳୀ ଇଲାକାରେ ଅବସ୍ଥିତ କଟକ ସଦର ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ଆବଶ୍ୟକତା ଦୃଷ୍ଟିରୁ ସଦର ନିର୍ବାଚନମଣ୍ଡଳୀର ଏକ ମଧ୍ୟବର୍ତ୍ତୀ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ଦାବି ହୋଇଆସୁଛି। କଟକ ନୂଆ ଵଜାର ଠାରେ ଥିବା ଉକ୍ତ ବ୍ଲକ କୁ ଗ୍ରାମାଞ୍ଚଳ ର ଲୋକ ମାନେ ଯାଇଁ କାର୍ଯ୍ୟ କରିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଜନସାଧାରଣ ଙ୍କ ସୁବିଧା ପାଇଁ ବ୍ଲକ କାର୍ଯ୍ୟାଳୟ କୁ ସଦର ନିର୍ବାଚନମଣ୍ଡଳୀର କୈ।ଣସି ଏକ ମଧ୍ୟବର୍ତ୍ତୀ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ର ସଭାପତି ସମାଜସେବୀ ଶିକ୍ଷାବିତ ପ୍ରଫେସର ମନୋଜ ନାୟକ ଦାବି କରିଛନ୍ତି।
କଟକ ସଦର ବ୍ଲକ କାର୍ଯ୍ୟାଳୟ ସ୍ଥାନାନ୍ତରିତ କରିବାକୁ ଦାବି
