କଟକ ସଦର, ୧୦/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବ୍ଲକ ଏଵେ ଵ୍ଲାକ୍ ଅଫିସରେ ପରିଣତ ହୋଇଥିବା ଅଭିଯୋଗ ହୋଇଆସୁଥିଲା ବେଳେ ଗତକାଲି ବୁଧବାର ଦିନ କେଉଁ ପରିପ୍ରେକ୍ଷୀରେ ଭୋଜିଭାତର ଆୟୋଜନ କରାଯାଉଥିଲା ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ପ୍ରକାଶ ଯେ କୈ।ଣସି ସଭାସମିତି ନଥାଇ ଜନସାଧାରଣଙ୍କ କାମକୁ ପଛରେ ପକାଇ ସମସ୍ତ ବ୍ଲକ୍ କର୍ମଚାରୀ କାହିଁକି ଯେ ଭୋଜିଭାତରେ ଦିନସାରା ଲାଗିପଡିଥିଲେ ତାହାର କୈ।ଣସି ନିର୍ଦ୍ଧିଷ୍ଟ ଉତ୍ତର କେହି ଦେଇ ପାରିନଥିବା ଜଣାପଡିଛି। ହେଲେ ସମସ୍ତେ ସମସ୍ତଙ୍କ ସହିତ ସମନ୍ୱୟ ରକ୍ଷା କରି ଲୁଟ ପାଟ କରିବା ମସୁଧା ପାଇଁ ଭୋଜିଭାତ ର ଆୟୋଜନ ବୋଲି ସାଧାରଣରେ ଅଭିଯୋଗ ହେଉଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଉପଯୁକ୍ତ ପଦକ୍ଷେପ ନେବା କୁ ସବୁ ମହଲରୁ ଦାବି ହେଉଛି।
