କଟକ ସଦର,୧୧/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପୁରାତନ ନାନପୁର ସରକାରୀ ସାଧୁ ଚରଣ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ୧୭ ବର୍ଷରୁ ଉର୍ଦ୍ଧ୍ବ ହେବ ଜନୈକ ସ୍ଥାନୀୟ ଅଞ୍ଚଳର ଶିକ୍ଷକ ଆସ୍ଥାନ ଜମାଇ ବିଦ୍ୟାଳୟର ଶୈକ୍ଷିକ ବ୍ୟବସ୍ଥାକୁ ଭୁଲୁଣ୍ଠିତ କରୁଥିବା ଅଭିଯୋଗ ହୋଇ ଆସୁଛି।ତାଙ୍କ ଯୋଗୁଁ ପାଠପଢ଼ା କମ୍ ରାଜନୀତି ଅଧିକ ବୋଲି ସାଧାରଣରେ ମତପ୍ରକାଶ ପାଉଛି।ଏ ସମ୍ପର୍କରେ ଗତ ୮ ତାରିଖରେ ‘ଓଡିଶା ସମାଚାର’ ରେ ବିସ୍ତୃତ ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ଅଭିଭାବକ, ପୁରାତନ ଛାତ୍ର, ଶିକ୍ଷା କମିଟି ଓ ଵୋଧପୁର ପଞ୍ଚାୟତର ନିର୍ବାଚିତ ଓ ପୂର୍ବତନ ପ୍ରତିନିଧି ମାନେ କଟକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସାକ୍ଷାତକରି ସବିଶେଷ ଅଭିଯୋଗ ଉପସ୍ଥାପନ କରିବା ପରେ ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ ଅନ୍ୟାଦେଶ ପର୍ଯ୍ୟନ୍ତ ସମ୍ପୃକ୍ତ ଶିକ୍ଷକଙ୍କୁ ସ୍କୁଲ ଯିବାକୁ ମନା କରିଥିବା ଜଣାଯାଇଛି। ଏହା ଜଣାପଡିବା ପରେ ଛାତ୍ରଛାତ୍ରୀ ଏବଂ ପୁରାତନ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି। ତେବେ ବିଦ୍ୟାଳୟର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ସୁଧାରିବାକୁ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେଉଛନ୍ତି ତାକୁ କେବଳ ଦେଖିବାକୁ ବାକି ରହିଲା।
ନାନପୁର ସାଧୁ ଚରଣ ଉଚ୍ଚ ବିଦ୍ୟାଳୟ: ବିବାଦୀୟ ଶିକ୍ଷକଙ୍କୁ ବିଦ୍ୟାଳୟ ମନା
