କଟକ ସଦର,୧୧/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କମିଶନରେଟ କଟକରେ ଦୁଇଟି ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଥିବା ଜଣାପଡିଛି। ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ମହାନଦୀ ବିହାର ଠାରେ ଥିବା ଥିବା ଜିଲ୍ଲା ଜଳ ପରୀକ୍ଷାଗାର ଓ ପରିମଳ ବିଭାଗ କାର୍ଯ୍ୟାଳୟରେ ଜଣେ କର୍ମଚାରୀ ଆତ୍ମହତ୍ୟା କରିଥିବା ଜଣାପଡିଛି।ମୃତକ କର୍ମଚାରୀ ହେଉଛନ୍ତି ଟାଙ୍ଗୀ ଜରିପଦା ଅଞ୍ଚଳର ଦୀନେଶ ଶତପଥୀ।
ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି। ସେହିପରି ମଧୁପାଟଣା ଥାନା ଅନ୍ତର୍ଗତ ମାତୃଭଵନ ନିକଟସ୍ଥ ତାଳଦଣ୍ଡା କେନାଲରୁ ଜଣେ ଅଜଣା ବ୍ୟକ୍ତିଙ୍କର ମୃତଦେହ କୁ ପୋଲିସ ଭାସମାନ ଅବସ୍ଥାରେ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଥିବା ଜଣାପଡିଛି। ତେବେ ଅଜଣା ବ୍ୟକ୍ତିଙ୍କର କେହି ସଂଧ୍ୟାନ ପାଇଲେ ପୋଲିସକୁ ଜଣାଇବାକୁ ନିବେଦନ କରାଯାଇଛି।
