ଓଡ଼ିଆ ପକ୍ଷ ପାଳନର ଦଶମ ଦିବସ ରେ “ଲୋକକଳା ପାଇଁ ଦିନଟିଏ” ଉତ୍ସବ ପାଳିତ

ସମ୍ବର୍ଦ୍ଧିତ ହେଲେ  ବିଶିଷ୍ଟ ଲୋକ କଳାକାର

ଜଗତସିଂହପୁର,୧୦/୦୪/୨୦୨୫ (ଓଡ଼ିଶା ସମାଚାର)-  ଓଡ଼ିଆ ପକ୍ଷ ପାଳନର ଦଶମ ଦିବସ ଉପଲକ୍ଷେ  ଆଜି  ଜିଲ୍ଲାର ସମସ୍ତ ବ୍ଳକ୍ ରେ”ଲୋକକଳା ପାଇଁ ଦିନଟିଏ” ଉତ୍ସବ ମହା ଆଡମ୍ବର ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଓଡ଼ିଶାର ସମୃଦ୍ଧ ଲୋକକଳା ଓ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ ଏବଂ ପ୍ରଚାର କରିବା ସହିତ ଆଗାମୀ ପିଢ଼ିଙ୍କୁ ଏହା ସହିତ ଯୋଡ଼ିବାର ଲକ୍ଷ୍ୟ ନେଇ ଆୟୋଜିତ ହୋଇଥିଲା।

ଏହି ଅବସରରେ ବ୍ଲକ୍ କାର୍ଯ୍ୟଳୟ ମାନଙ୍କରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ, ବି କେ ଏସ ଏସ ଅଧ୍ୟକ୍ଷ ପ୍ରମୁଖ ଯୋଗଦେଇ କହିଥିଲେ କି ଆମ ଲୋକକଳା ହେଉଛି ଆମର ପରିଚୟ ଓ ଗର୍ବର ପ୍ରତୀକ। ଏହାକୁ ଜୀବନ୍ତ ରଖିବା ପାଇଁ ଆମେ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଆବଶ୍ୟକ। ଆଜିର ଏହି ଉତ୍ସବ ଯୁବକମାନଙ୍କୁ ଏହି କଳା ସହିତ ସଂଯୋଗ କରାଇବାର ଏକ ସୁନ୍ଦର ପ୍ରୟାସ।

ଉତ୍ସବ ଗୁଡ଼ିକରେ ବ୍ଲକ୍ ର ବିଶିଷ୍ଟ ଲୋକକଳାକାର ମାନଙ୍କୁ ଙ୍କୁ ସମ୍ମାନିତ କରାଯାଇ ସେମାନଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଯୁବ ପିଢ଼ିଙ୍କୁ ଲୋକକଳା ପ୍ରତି ଆଗ୍ରହୀ କରାଇବା ଏବଂ ଏହାର ସଂରକ୍ଷଣ ଓ ପ୍ରସାର ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *