୧୦୮ ଆମ୍ବୁଲାନ୍ସ ଧକ୍କାରେ ମଟରସାଇକେଲ ଆରୋହୀ ମୃତ

କଟକ ସଦର, ୧୦/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ କନ୍ଦରପୁର-ପାରାଦୀପ ରାଜ୍ୟ ରାଜପଥର ପାରାଵିଲ୍ ନିକଟରେ ଆଜି ଗୁରୁବାର ମଧ୍ୟାହ୍ନରେ ଏକ ୧୦୮ ଆମ୍ବୁଲାନ୍ସ ଧକ୍କାରେ ଜଣେ ମଟର ସାଇକେଲ ଆରୋହୀଙ୍କ ର ମୃତ୍ୟୁ ହୋଇଥିବା ଜଣାପଡିଛି।

ପ୍ରକାଶ ଯେ ରଘୁନାଥପୁର ଵାଗସାହିର ତଥା ନାରାୟଣ ଛକରେ ଏକ ଦୋକାନ କରିଥିବା ଜନୈକ ଶଙ୍କରା ଓରଫ ଭରତ ସାହୁ  (୩୨) କଟକ ରୁ ଦୋକାନରେ ବିକ୍ରି ପାଇଁ ମଟର ସାଇକେଲରେ ସାମଗ୍ରୀ ନେଇ ଫେରୁଥିବା ବେଳେ କୁଜଙ୍ଗ ରୁ ରୋଗୀ ନେଇ କଟକ ବଡ଼ ଡ଼ାକ୍ତରଖାନାକୁ ଯାଉଥିବା ୧୦୮ ଆମ୍ବୁଲାନ୍ସ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଆହତ ଭରତଙ୍କୁ ଅନ୍ୟ ଏକ ୧୦୮ ରେ କଟକ ବଡ଼ ମେଡ଼ିକାଲକୁ ପଠାଯାଇଥିବା ବେଳେ ଡ଼ାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି।ଶଙ୍କର ଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳ ତଥା ନାରାୟଣ ଵଜାରରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *