କଟକ ସଦର ୧୧/୧୦/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ତହସିଲ ଅନ୍ତର୍ଗତ ଵସ୍ତପଡା ମୌଜା ଖାତା ନଂ ୭୦୯,ପ୍ଲଟ ୧୦୨୦,କିସମ ସର୍ଵବସାଧାରଣ ରାସ୍ତା ବେଆଇନ ଜବରଦଖଲ ହୋଇଥିବା ଅଭିଯୋଗ ହୋଇ ଆସୁଥିଲା। ଆବଶ୍ୟକତା ଦୃଷ୍ଟିରୁ ତହସିଲଦାରଙ୍କ ପକ୍ଷରୁ ପୋଲିସ ଉପସ୍ଥିତିରେ ସରଜମିନ ମାପ କରାଯାଇ ଚିହ୍ନଟ ହୋଇଥିବା ରାସ୍ତାରେ ଗ୍ରାମବାସୀମାନେ ସିମେଣ୍ଟ ପିଲର ପୋତି ଥିଲେ।
ହେଲେ ଜନୈକ ବ୍ୟକ୍ତି ପୋତାଯାଇ ଥିବା ପିଲର କୁ ଅଜାୟ ଜବରଦସ୍ତ ଉଠାଇ ବେଆଇନ ଭାବେ ପୁଣି ଅବରୋଧ କରିଥିବା ଅଭିଯୋଗ ହେଉଛି। ଯାହା ଫଳରେ ଉକ୍ତ ରାସ୍ତାରେ ଯାତାୟାତ ପାଇଁ ନାହିଁ ନଥିବା ଅସୁବିଧା ଦେଖା ଦେଇଥିବାବେଳେ ଉକ୍ତ ରାସ୍ତା କଡ଼ରେ ଵସ୍ତପଡା ସ୍କୁଲର ପିଲାମାନଙ୍କ ରଖୁଥିବା ସାଇକେଲ ପାର୍କିଂ କ୍ଷତିଗ୍ରସ୍ତ ହୋଇଛି। ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ତହସିଲଦାର ଙ୍କ ନିକଟରେ ଗ୍ରାମବାସୀମାନେ ନିବେଦନ କରିଛନ୍ତି।
