ଭୁବନେଶ୍ୱର,୨୨/୦୭/୨୦୨୬(ଓଡ଼ିଶା ସମାଚାର)-ସାମାଜିକ ସୁରକ୍ଷା ଯୋଜନାରେ ରାଜ୍ୟର ବିଭିନ୍ନ ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ ନେଇ ବହୁ ହିତାଧିକାରୀ କହିଛନ୍ତି କି ରାଜ୍ୟସଭା ସାଂସଦ ତଥା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଥିଲେ କି ସଫ୍ଟୱାର ରେ କିଛି ସମସ୍ୟା ରହିଛି, ତାହା ଯୁଦ୍ଧ କାଳୀନ ଭିତିରେ କରାଯାଉଛି । ଖୁବ ଶୀଘ୍ର (୧୫ ଦିନ ମଧ୍ୟରେ ) ବାକିଥିବା ଭତା ସବୁ ଏକ କାଳିନ ଦିଆଯିବ । ହେଲେ ତାହା ଭୁଲ ପ୍ରମାଣିତ ହୋଇଛି ।
କିଛି ହିତାଧିକାରୀଙ୍କର ୩ ମାସର ବାକି ଥିବା ସମୟରେ ଦୁଇ ମାସର ଭତା ଦିଆଯାଇଛି । ଏବେ ପୁଣି ସେମାନଙ୍କର ଆଉ ଦୁଇ ମାସର ପାଇବାକୁ ହୋଇଗଲାଣି । ଚଳିତ ମାସ ଶେଷ ହେବାକୁ ବସିଲାଣି ଅଥଚ ସେମାନଙ୍କୁ ଆଉ ଦୁଇ ମାସର ଭତା ଆଜି ପର୍ଯ୍ୟନ୍ତ ମିଳିନାହିଁ । ସେହିପରି ଆଉ କିଛି ହିତାଧିକାରୀଙ୍କର ବର୍ତମାନ ୪ ମାସର ପାଇବାକ୍ୁ ହେଲାଣି ତଥାପି ସେମାନଙ୍କୁ ଭତା ମିଳିନାହିଁ । ବୃଦ୍ଧ ବୃଦ୍ଧା ମାନେ ମାସକୁ ପାଉଥିବା ମାତ୍ର ଏକ ହଜାର ଟଙ୍କା ଦେବାରେ ଏପରି ଟାଲ ଟୁଳ କୁ ବୃଦ୍ଧ ବୃଦ୍ଧା ହିତାଧିକାରୀମାନେ ନାପସନ୍ଦ କରି କହିଛନ୍ତି ଲୋକଙ୍କ ସରକାର , ଲୋକଙ୍କ ମୁଖ୍ୟମନ୍ତ୍ରୀ ଙ୍କର କାମ କଣ ଏଇଆ ? ଆଉ କେତେଜଣ ବୃଦ୍ଧ କହିଛନ୍ତି କି ଆମେ କଣ ପାଣିରେ ପରିସ୍ରା କରିଛୁ , ଆମକୁ ଭତା ଦେବାକୁ ସରକାର ଖେଳୁଛନ୍ତି ।
ଏବେ ପୁଣି କହିଲେଣି ଇ କେୱାସି କଲେ ଯାଇ ମିଳିବ । ଭତା କଣ ଲୋକ ବଂଚି ନାହାନ୍ତି ଆଉ କିଏ ଭତା ନେଇଯାଉଛି ? ଏହିଭଳି ବୃଦ୍ଧ ବୃଦ୍ଧା ମାନେ ନାନାଦି ପ୍ରଶ୍ନ କରୁଛନ୍ତି । ସରକାର ତୁରନ୍ତ ଲୋକଙ୍କ ଭତା ଦେଇ ଦିଅନ୍ତୁ ନହେଲେ ଏହା ସରକାରଙ୍କ ପ୍ରତି ବୃଦ୍ଧ ବୃଦ୍ଧା ମାନଙ୍କର ଏକ ଖରାପ ଧାରଣା ସୃଷ୍ଟି ହେବ ।
