ଜଗତସିଂହପୁର, ୧୦/୦୪/୨୦୨୫ (ଓଡ଼ିଶା ସମାଚାର)- ରିଜର୍ଭ ପୋଲିସ ଗ୍ରାଉଣ୍ଡ, ପୁନଙ୍ଗ ଠାରେ ଚାଲିଥିବା ସି ଏମ ଟ୍ରଫି ଫୁଟବଲ ଚାମ୍ପିୟନସିପ୍ ଚତୁର୍ଥ ଦିବସ କୁ ଆଜି ରିଜର୍ଭ ଇନିସପେକ୍ଟର ଉମା କାନ୍ତ ବେହେରା ଉଦଘାଟନ କରି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଛନ୍ତି।
ଆଜି ପାରାଦୀପ ପୋର୍ଟ କ୍ଲବ ଓ ରାଧା ଗୋବିନ୍ଦ କ୍ଲବ ମଧ୍ୟରେ ହୋଇଥିବା ମ୍ୟାଚ୍ ଟି ୩-୦ ଗୋଲ ରେ ସମାପ୍ତ ହୋଇଛି।ଏହି ମ୍ୟାଚରେ ପାରାଦୀପ ପୋର୍ଟ ବିଜୟ ହାସଲ କରିଛି ।ଜିଲ୍ଲା କ୍ରୀଡା ସଂସଦ ର ସମ୍ପାଦକ ଦୋଳ ଗୋବିନ୍ଦ ଦାସ ଆଜି ସମାରୋହରେ ଉପସ୍ଥିତ ଥିଲେ।
