କଟକ ନଗର କଂଗ୍ରେସ ଜିଲ୍ଲା ସଭାପତି ହେଲେ ପ୍ରିତିନନ୍ଦା କୈବଲ୍ୟା ନାୟକ 

କଟକ ସଦର , ୦୧/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଛି ଦିନ ହେଲା କଟକ ନଗର କଂଗ୍ରେସ ଜିଲ୍ଲା ସଭାପତି ପଦ ଖାଲି ପଡିଥିଲା  ।  ଆଜି ସୋମବାର ଦିନ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଏହି ପଦବୀରେ ନାରୀ ନେତ୍ରୀ ପ୍ରିତିନନ୍ଦା କୈବଲ୍ୟା ନାୟକଙ୍କୁ ନିଯୁକ୍ତି ଦେଇଥିବା ଜଣାପଡିଛି।

ପ୍ରିତିନନ୍ଦା କୈବଲ୍ୟା ନାୟକ

ଏହା ଜଣାପଡିବା ପରେ କଂଗ୍ରେସ ମହଲରେ ବିଶେଷ କରି ମହିଳା କଂଗ୍ରେସ କର୍ମୀ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।  ପ୍ରିତିନନ୍ଦାଙ୍କ ନିକଟକୁ ଶୁଭେଚ୍ଛା ଓ ଅଭିନନ୍ଦନ ର ସୁଅ ଛୁଟିଛି। ସୂଚନାଯୋଗ୍ୟ ଯେ ଏହି ପଦବୀରେ ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଙ୍କ ମନୋନୀତ ପ୍ରାର୍ଥୀ ଗିରିବାଳା ବେହେରା ରହିଥିବା ବେଳେ ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ଉଭୟଙ୍କୁ କଂଗ୍ରେସରୁ ବହିସ୍କାର କରାଯାଇଥିଲା।

 

Leave a Reply

Your email address will not be published. Required fields are marked *