ରୋହିବାଙ୍କ ବିଦ୍ୟାଳୟରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ

ଓଡ଼ଗାଁ,୩୧/୦୫/୨୦୨୫ (ଓଡ଼ିଶା ସମାଚାର)- ବୈଦେଶିକ ପରମ୍ପରାରୁ ବିଭିନ୍ନ ଚଳଚ୍ଚିତ୍ର ଓ ତତ୍ ପରେ ସାଧାରଣ ନାଗରିକ ପାଖକୁ ମାଡି ଆସିଥିବା ଅଭ୍ୟାସଗତ କାର୍ଯ୍ୟ ହେଉଛି ତମାଖୁ। ଯାହାକି ଶରୀର ପାଇଁ ଉପକାରୀ ବଦଳରେ କ୍ଷତି କରିବା, ପରିବାର ମଧ୍ୟରେ କଳହ ସୃଷ୍ଟି କରିବା, କମ ବୟସ ଯୁବକ ଯୁବତୀଙ୍କୁ ବିପଥଗାମୀ କରିବା, ଶେଷରେ ପରିବାରର ଆର୍ଥିକ ମାନଦଣ୍ଡ କୁ ଉଜୁଡାଇ ସର୍ବସ୍ୱାନ୍ତ କରିଦେବାରେ ସିଦ୍ଧ ହସ୍ତ ହେଉଛି ତମାଖୁ। ତଥାପି ମଣିଷ ନିଜ ଜୀବନକୁ ଛାଡି ଯମପୁରକୁ ଯାଉଛି ସିନା ଏତେ ମାତ୍ରାରେ ଅଭ୍ୟସ୍ତ ହୋଇ ପଡିଛନ୍ତି ଯେ ଏହାକୁ ଛାଡି ପାରୁନାହିଁ।

   ଶନିବାର ଦିନ ଥିଲା ବିଶ୍ୱ ତମାଖୁ ବର୍ଜ୍ଜନ ଦିବସ। ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ  ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ରୋହିବାଙ୍କ ର ସ୍କାଉଟ୍ ଗାଇଡ ଓ ଇକୋ କ୍ଳବ ଛାତ୍ର ଛାତ୍ରୀ ପାଳିଲେ ବିଶ୍ୱ ତମାଖୁ ନିରୋଧ/ବର୍ଜ୍ଜନ ଦିବସ। ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁ ପ୍ରିୟା ବାରିକଙ୍କ ନିର୍ଦ୍ଦେଶ କ୍ରମେ ଶିକ୍ଷକ ସନ୍ତୋଷ କୁମାର ସାହୁଙ୍କ ତତ୍ତ୍ୱାବଧାନରେ  ଆୟୋଜିତ ସଭାରେ ତମାଖୁ ସେବନର ଭୟାବହତା ସାଙ୍ଗକୁ ବ୍ରେନ ଷ୍ଟ୍ରୋକ, ଫୁସ୍ ଫୁସ୍ କ୍ୟାନସର, ବୃକକ ଏପରିକି ଏହି ଧୂଆଁ ଯେଉଁ ପଥ ଦେଇ ଯାଉଛି ସେହିବାଟେ ନିକୋଟିନ ର ପରିମାଣ ବୃଦ୍ଧି ଓ ତାହାର ସଂକ୍ରମିତ ଯୋଗୁଁ ବର୍ତ୍ତମାନ ଦିନକୁ ଦିନ କ୍ୟାନ୍ସର ରୋଗ ସୃଷ୍ଟି ସମ୍ବନ୍ଧିତ ସଚେତନତା ବାର୍ତ୍ତା ପ୍ରେରଣ କରାଯାଇଥିଲା।

ଖାଲି ସେତିକି ନୁହେଁ ବର୍ତ୍ତମାନ ସଙ୍ଗ ଦୋଷ କାରଣରୁ ଅଧିକରୁ ଅଧିକ କମ ବୟସ୍କ ଯୁବ ଗୋଷ୍ଠୀକୁ ଏ ତମାଖୁ କବଳିତ କରିଥିବା ଆଲୋଚନା ହୋଇଥିଲା।  ଯାହାଫଳରେ ତମାଖୁ ସେବନର ପ୍ରତିକ୍ରିୟା ସ୍ୱରୂପ ଯୁବ ପିଢ଼ି ଅଳ୍ପାୟୁ , ଅସ୍ବାଭାବିକ ମୃତ୍ୟୁ,    ପରିବାର ମଧ୍ୟରେ ଦମ୍ପତି ବିଛେଦ, ଆର୍ଥିକ ଅଭାବ, ଅସାମାଜିକ କାର୍ଯ୍ୟ ଭଳି ନାନା ପ୍ରକାର ଘଟଣା ଘଟୁଛି। ତେଣୁ ଏସବୁ ଠାରୁ ନିବୃତ ରଖିବା ପାଇଁ ଓ ନିଜ ପରିବାରକୁ ବଞ୍ଚାଇବା ପାଇଁ କୋମଳ ମତି ପିଲାଙ୍କ ମନରେ ଶପଥ ପାଠ କରାଇ ସଚେତନତା ବାର୍ତ୍ତା ପ୍ରେରଣ କରାଯାଇଥିଲା। ଗ୍ରାମ ପରିକ୍ରମା ସାଙ୍ଗକୁ ପିଲାମାନେ ଅଙ୍କନ କରି ଆଣିଥିବା ଚିତ୍ର ଗୁଡିକୁ ପ୍ରଦର୍ଶନ କରାଯାଇ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଖେଳ ଶିକ୍ଷକ ଆଲୋକ ନାୟକ ପରିଚାଳନା କରିଥିବାବେଳେ, ଶିକ୍ଷକ ରାଧା ଗୋବିନ୍ଦ ନାୟକ, ସୂର୍ଯ୍ୟମଣୀ ନାୟକ, ଖଗେଶ୍ୱର ବେହେରା, ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ମହାପାତ୍ର ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *