ଲକ୍ଷ୍ମୀପୁର ହବ୍ ସେଣ୍ଟର ଅଧୀନରେ ଚାରୋଟି ସେଣ୍ଟର ର ୬୪୧ ରୁ ୬୨୭ ଦେଲେ ଓଡ଼ିଆ ପରୀକ୍ଷା

ଲକ୍ଷ୍ମୀପୁର ୧୯/୦୨/୨୦୨୬ (ଓଡିଶା ସମାଚାର/ପ୍ରମୋଦ ଜେନା)- ରାଜ୍ୟ ଉଚ୍ଚ ମାଧ୍ୟ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଯୁକ୍ତ ଦୁଇ ପରୀକ୍ଷା ବୁଧବାର ଠୁ ଆରମ୍ଭ ହୋଇ ଯାଇଛି। ଏନେଇ ଲକ୍ଷ୍ମୀପୁର ଠାରେ ଛଅଟି ସେଣ୍ଟର କୁ ନେଇ ଏକ ହବ୍ ସେଣ୍ଟର ଖୋଲା ଯାଇଛି। ଏହି ହବ୍ ସେଣ୍ଟର ଅଧୀନରେ ଲକ୍ଷ୍ମୀପୁର ମାଧ୍ୟମିକ ବିଦ୍ୟାଳୟ ସମେତ କାକିରିଗୁମା,ବନ୍ଧୁଗାଁ, କୁମ୍ଭାରୀପୁଟ ଓ ନାରାୟଣପାଟଣା ସେଣ୍ଟର ରହିଛି।

ସେଥି ମଧ୍ୟରୁ ଲକ୍ଷ୍ମୀପୁର, ବୁର୍ଜା,ମୁମ୍ଭାରୀପୁଟ ଓ ବନ୍ଧୁଗାଁ ସେଣ୍ଟର ରେ ଆଜି ଯୁକ୍ତ ଦୁଇ ବିଜ୍ଞାନର ୬୪୧ ଜଣ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ ୧୪ ଜଣ ଅନୁପସ୍ଥିତ ଥିବା ବେଳେ ୬୨୭ ଜଣ ଉପସ୍ଥିତ ଥିଲେ। ଲକ୍ଷ୍ମୀପୁର ମହା ବିଦ୍ୟାଳୟ ରେ ୧୨୫ ଜଣଙ୍କ ମଧ୍ୟରୁ ୧୧୬ ଜଣ,କୁମ୍ଭାରୀପୁଟ ବିଜ୍ଞାନ ମହା ବିଦ୍ୟାଳୟରେ ରେ ୧୫୨ ରୁ ୧୫୦, ବନ୍ଧୁଗାଁ ରେ ୧୫୩ ରୁ ୧୫୦ ଓ ବୁର୍ଜା ମାଧ୍ୟମିକ ବିଦ୍ୟାଳୟରେ ରେ ୧୧୧ ଜଣ ଓଡ଼ିଆ ପରୀକ୍ଷା ଦେଇଥିଲେ। ପ୍ରତ୍ୟେକ ସେଣ୍ଟର ରେ  ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ଥିଲା। ସମସ୍ତ ପରୀକ୍ଷାର୍ଥୀ ମାନେ ସାଢେ ନଅଟା ରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପରେ ଟିକି ନିଖି ଭାବେ ଚେକିଙ୍ଗ କରି ଭିତରକୁ ଛଡା ଯାଇଥିଲା।

Leave a Reply

Your email address will not be published. Required fields are marked *