ଯାଜପୁର, ୦୮/୦୪/୨୦୨୫ (ଓଡ଼ିଶା ସମାଚାର)- ଓଡ଼ିଆ ପକ୍ଷ ପାଳନର ଅଷ୍ଟମ ଦିବସରେ ଯାଜପୁର ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜିଲ୍ଲା ସ୍ତରୀୟ “ରକ୍ତ ଦାନ ଅଭିଯାନ” ଅନୁଷ୍ଠିତ ହୋଇଯାଇଅଛି।
ଏହି ରକ୍ତ ଦାନ ଅଭିଯାନ ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଯାଜପୁର, ଲଚ୍ଛମନ ବାଲାଜୀଉ ସ୍ନାତକ ମହାବିଦ୍ୟାଳୟ, ଅଙ୍ଗାଳୋ ପରିସରରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ୨୦ ୟୁନିଟ ଓ ଅଙ୍ଗାଳୋ ମହାବିଦ୍ୟାଳୟ ରେ ୭୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।ଆଜିର ଏହି ରକ୍ତ ଦାନ ଅଭିଯାନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ଣ ଜେନା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ପ୍ରକାଶ ଚନ୍ଦ୍ର ବଳ, ଯୁବ ରେଡକ୍ରସ୍ ଅଧିକାରୀ, ବିଭାଗୀୟ ଅଧିକାରୀମାନଙ୍କ ସମେତ ରକ୍ତଦାତା ଓ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ।