ଓଡ଼ିଆ ପକ୍ଷ ପାଳନ ଅବସର ରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

ଜଗତସିଂହପୁର,୦୮/୦୪/୨୦୨୫ (ଓଡ଼ିଶା ସମାଚାର)- ସାରା ରାଜ୍ୟ ରେ ଓଡ଼ିଆ ପକ୍ଷ ପାଳନ ର ଅଷ୍ଟମ ଦିନ ଅବସର ରେ ଆଜି ରେଡକ୍ରସ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଉଚ୍ଚ ଶିକ୍ଷା ବିଭାଗ ର ମିଳିତ ଆନୁକୂଲ୍ୟରେ ଜିଲ୍ଲା ର ସ୍ବାମୀ ବିବେକାନନ୍ଦ ସ୍ମାରକୀ ମହାବିଦ୍ୟାଳୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାର ଠାରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।

ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ତଥା ଏସ ଭି ଏମ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଶିବିର ରେ ବହୁ ସ୍ଵେଚ୍ଛାକୃତ ରକ୍ତ ଦାତା ରକ୍ତଦାନ କରିଥିଲେ। ମୋଟ ୨୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।

Leave a Reply

Your email address will not be published. Required fields are marked *