ଦିତୀୟ ଆଦିବାସୀ ମହୋତ୍ସବ ଅନୁଷ୍ଠିତ ।

କଣାସ ୨୫/୦୩/୨୦୨୪ (ଓଡ଼ିଶା ସମାଚାର)- ଅଗ୍ରଣୀ ସେଛାସେବୀ  ଅନୁଷ୍ଠାନ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ଆକ୍ସନ ଆଣ୍ଡେ ରିସର୍ଚ୍ଚ ଆନୁକୁଲ୍ୟରେ ଓ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ସହାୟତାରେ ପୁରୀ ଜିଲ୍ଲାର କଣାସ ବ୍ଲକ ଅନ୍ତର୍ଗତ ଜାଗୁଳେଇପଦର ଠାରେ ଦିତୀୟ ଆଦିବାସୀ ମହୋତ୍ସବ ତଥା ରାଜ୍ୟସ୍ତରୀୟ ଯୁବ ସାଂସ୍କୃତୀକ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ମହୋତ୍ସବ ରେ ପଦ୍ମନାଭ ବେହେରା ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ କବି ପୀତବାସ ବେହେରା,ମୁଖ୍ୟବକ୍ତା ରୂପେ ଶିକ୍ଷାବିତ ସୁମନ ଚନ୍ଦ୍ର ବେହେରୀ,ସମ୍ମାନିତ ଅତିଥି ରୂପେ କମଳ ଲୋଚନ ବେହେରା,ଛେତ ବେହେରା ଓ ବାସୁଦେବ ପ୍ରଧାନ। ଅନୁଷ୍ଠାନ ର ସଭାପତି ଆଲୋକ କୁମାର ସ୍ବାଇଁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଓଡିଶାର କଳା ସଂସ୍କୃତି କିପରି ଭାବରେ ଜୀବିତ ରହିବ ତାହା ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ କଳାକାର ମାନଙ୍କ ଦ୍ବାରା ନୃତ୍ୟ ପରିବେଷଣ କରାଯାଇଥିଲା।ଅନୁଷ୍ଠାନ ପକ୍ଷରୁ ନୃତ୍ୟ ପରିଚାଳିକା ମଧୁସ୍ମିତା ବେହେରା ଏବଂ ସମସ୍ତ ଅତିଥି,କଳାକାର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଉତରିୟ ଓ ପୁଷ୍ପ ଗୁଛ ଓ ପ୍ରଭୁ ଜଗନ୍ନାଥ ଙ୍କ ପ୍ରତିଛବି ପ୍ରଦାନ କରାଯାଇ ସମ୍ବର୍ଦ୍ଧନା କରାଯାଇଥିଲା।ସର୍ବଶେଷରେ ଅନୁଷ୍ଠାନ ର ସଭ୍ୟ ଦିପକ କୁମାର ପେଣ୍ଠୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *