ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ମହକ ଓ ଉତ୍ସାହ କାର୍ଯ୍ୟକ୍ରମରେ ବନବାସୀ ଛାତ୍ର ଛାତ୍ରୀ ଙ୍କ କୃତିତ୍ୱ

ବାଲିଗୁଡା,୨୧/୧୧/୨୫(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଓଡିଶା ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରୟାସରେ ରାଜ୍ୟ ଶିଶୁ ସୁରକ୍ଷା ସମିତି ଦ୍ୱାରା ଆୟୋଜିତ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ମହକ ଓ ଉତ୍ସାହ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବନବାସୀ ସେବା ସମିତିର ଛାତ୍ର ଛାତ୍ରୀ ମାନେ ଉଲ୍ଲେଖ ନୀୟ ସଫଳତା ହାସଲ କରି ସମଗ୍ର ଜିଲ୍ଲାକୁ ଚମ୍ପିୟାନ କରାଇପାରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଚଳିତ ମାସ ୧୧ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିଅମରେ ଏହି ଉତ୍ସବ ଆୟୋଜିତ ହୋଇଥିଲା । ଯେଉଁ ଥିରେ ରାଜ୍ୟର ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁ ମାନେ ଯୋଗଦେଇ ନିଜର ସୃଜନାତ୍ମକ, ସାଂସ୍କୃତିକ, ଶିକ୍ଷାମୂଳକ ଓ କ୍ରୀଡ଼ା କ୍ଷେତ୍ରରେ ଦକ୍ଷତା ପ୍ରଦର୍ଶନ କରିଥିଲେ । ଏହି ପ୍ରତିଯୋଗିତାରେ ବନଵସୀ ସେବା ସମିତି ଅଧୀନରେ ଥିବା ଶିଶୁ ସଦନ ବାଲିଗୁଡା, ଜକିକିଆ, ରେବିଙ୍ଗିଆ ଏବଂ ଡ଼ଙ୍ଗରୀଗୁଡାର ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ସମଗ୍ର କନ୍ଧମାଳ ଜିଲ୍ଲା କୁ ଚମ୍ପିୟାନ କରି ଗର୍ବିତ କରାଇ ପାରିଛନ୍ତି ।

ଏହି ଅବସରରେ ବନବାସୀ ସେବା ସମିତିରେ ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ଏବଂ ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଶିଶୁ ମାନଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ । ଶିଶୁ ମାନଙ୍କର କୃତିତ୍ୱ ସକାଶେ କନ୍ଧମାଳ ଜିଲ୍ଲା ପ୍ରଶାସନର ସହଯୋଗ ଏବଂ ଜିଲ୍ହା ଶିଶୁ ସୁରକ୍ଷା ୟୁନିଟର ପ୍ରୋତ୍ସାହନ ସକାଶେ ସମିତି ର ସହ ସମ୍ପାଦକ ସେମାଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *