ଖଜୁରିଆକଟା,୨୧/୧୧/୨୦୨୪ (ଓଡ଼ିଶା ସମାଚାର)- ହିନ୍ଦୋଳ ଉପଖଣ୍ଡ ଖଜୁରିଆକଟା ଶିଶୁ ବିଦ୍ୟା ମନ୍ଦିର ବୌଦ୍ଧିକ ମଣ୍ଡପ ଠାରେ ପ୍ରଜ୍ଞାନ ମିଶନ ଜଗତପୁର କଟକ ଦ୍ଵାରା ବ୍ଲକ୍ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଯାଇଅଛି । ବିଦ୍ୟାଳୟ ର ପ୍ରଧାନ ଆଚାର୍ୟ୍ୟ ଦୟାନିଧି ଦାସ ପ୍ରଦୀପ ପ୍ରଜ୍ବଳନ କରି କାର୍ୟ୍ୟକ୍ରମ ଶୁଭାରମ୍ଭ କରିଥଲେ । ବିଭାଗ କ ରେ ୩ୟ ରୁ ୫ମ,ବିଭାଗ ଖ ରେ ୬ଷ୍ଠ, ୭ମ, ୮ମ ଓ ବିଭାଗ ଗ ରେ ୯ମ, ୧୦ମ ଶ୍ରେଣୀ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଶ୍ରୀମଦ୍ ଭକ୍ଷଗବତ ଗୀତା ଚତୁର୍ଥ ଅଧ୍ୟାୟ ଜ୍ଞାନ କର୍ମ ସନ୍ନ୍ୟାସ ଯୋଗ ଉପରେ ଆଧାରିତ ପ୍ରତିଯୋଗିତା ହୋଇଥିଲା । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଖଜୁରିଆକଟା, ସିଦ୍ଧପୀଠ ଉଚ୍ଚ ବିଦ୍ୟାଳୟ, ଖଜୁରିଆକଟା ଉଚ୍ଚ ବିଦ୍ୟାଳୟ, କଳିଙ୍ଗା ପାଳ ଉଚ୍ଚ ବିଦ୍ୟାଳୟ ଓ ସରପା ଶିଶୁ ବିଦ୍ୟା ମନ୍ଦିର ର ମୋଟ ୪୦ ଜଣ ଛାତ୍ର ଛାତ୍ରୀ ଏହି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ । କ ବିଭାଗ ରେ ପ୍ରଥମ ପ୍ରୀୟାନ୍ସି ପରମିତା ସାମଲ, ଦୀତ୍ୱିୟ ରାଜଲକ୍ଷ୍ମୀ ବେହେରା, ଶାଶ୍ଵତୀ ଦାସ,ତୃତୀୟ ସାଇଶ୍ରି ଅର୍ଚ୍ଚିତା ସାହୁ,ବିଭାଗ ଖ ରେ ପ୍ରଥମ ସାଇ ସ୍ୱାଗତିକା ବିଶ୍ଵାଳ, ଦ୍ଵିତୀୟ ଦେବାଶିଷ ସାହୁ,ତୃତୀୟ ପ୍ରଜ୍ଞାସ୍ମିତା ମାଝୀ,ବିଭାଗ ଗ ରେ ପ୍ରଥମ କ୍ରିଷ୍ଣା ଦାସ, ଦ୍ଵିତୀୟ ପାୟଲ ନନ୍ଦ , ତୃତୀୟ ଦେବେଶ ମାଝୀ । ପ୍ରତିଯୋଗିତା ପରିଚାଳନା କରିଥଲେ ଭୁବନ। ନନ୍ଦ ସାହୁ ଜିଲ୍ଲା ସଂଯୋଜକ ପ୍ରଜ୍ଞା ମିଶନ ଢେ଼ଙ୍କାନାଳ ଓ ସହଯୋଗୀ ଲୀନ। ପଟ୍ଟନାୟକ । ବିଚାରକ ଭାବେ ଶ୍ରୀନିବାସ ବେହେରା, ଶୈଳବାଳା ଜେନା,ମଞ୍ଜୁପ୍ରଭା ମିଶ୍ର, ରଞ୍ଜିତା ନାଥ, ଯ।ଜ୍ଞସେନି ଆଚାର୍ୟ୍ୟ ଦାୟିତ୍ଵ ନିର୍ବାହ କରିଥିଲେ । କୃତି ପ୍ରତିଯୋଗୀ ମାନଙ୍କୁ ଖଜୁରିଆକଟା ଶିଶୁ ବିଦ୍ୟା ମନ୍ଦିର ପରିଚାଳନା କମିଟି ସମ୍ପାଦକ ଶଶି ଭୂଷଣ ବେହେରା ଓ ଶିକ୍ଷକ ଅଶ୍ଵିନୀ ପତି ପୁରସ୍କାର ବିତରଣ କରିଥିଲେ । ଆଜି ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଆସନ୍ତା ଏକ ତାରିଖ ରେ ଢେ଼ଙ୍କାନାଳ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବେ ବୋଲି ପ୍ରଜ୍ଞା ମିଶନ କଟକ ତରଫରୁ ସୂଚନା ରହିଛି ।