ଭୁବନେଶ୍ୱର,୦୮/୦୪/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରସରକାରଙ୍କ ର ଓଡ଼ିଶା ପ୍ରତି ଚରମ ଅବହେଳା ପ୍ରତିବାଦରେ ଏବଂ(୧) ଓଡ଼ିଶାରେ ଥିବା “ଇଷ୍ଟକୋଷ୍ଟ ରେଳପଥ ଜୋନ”କଭ ବିକଳାଙ୍ଗକରି ଏହା ଅଧିନରେ ଥିବା ୱାଲଟିୟର ରେଳ ଡ଼ିଭିଜନ କୁ ଭାଙ୍ଗି ବିଶାଖାପାଟଣା ସମେତ ଏହାର ପ୍ରମୁଖ ଲାଭଦାୟକ ଅଂଚଳକୁ କାଢି ନିଆଯାଇ ଆନ୍ଧ୍ର ପ୍ରଦେଶ ପାଇଁ ନୂତନ ଭାବେ ଗଠନ ହେଉଥିବା “ସାଉଥ କୋଷ୍ଟ ରେଳପଥ ଜୋନ” ଅଧିନକୁ ଟେକି ଦିଆଯାଉଛି । ଯାହା ଫଳରେ ପୂର୍ବତଟ ରେଳପଥ ଦୁର୍ବଳ ହେବା ସହ ଓଡ଼ିଶାର ପ୍ରଭୁତ ରାଜସ୍ୱ କ୍ଷତି ହେବ ।
ଏଭଳି ଅବସ୍ଥାରେ ଓଡ଼ିଶା ବାସୀ ଆମ ଓଡ଼ିଶା ସୀମା ମଧ୍ୟରେ ଥିବା ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଆଦି ଜିଲାରେ ଥିବା ଖଣିଜ ସମ୍ପଦ ଭରା ପ୍ରମୁଖ ରେଳ ଅଂଚଳଗୁଡ଼ିକ ଯାହା ଅନ୍ୟ ରାଜ୍ୟରେ ଥିବା ରେଳ ଜୋନ୍ ଅଧିନରେ ରହିଛି ସେଗୁଡ଼ିକୁ ଏକାଠି କରି ଓଡ଼ିଶାରେ ଅବସ୍ଥିତ ପୂର୍ବତଟ ରେଳପଥ ଜୋନ୍ ରେ ସାମିଲ କରାଯିବା ପାଇଁ ଭାରତ ସରକାରଙ୍କ ପାଖରେ ହୋଇଥିବା ଯଥାର୍ଥ ଦାବିକୁ ପୂରଣ କରାଯାଉ । ରାଉରକେଲା, ରାଜଗାଙ୍ଗପୁର, ଝାରସୁଗୁଡ଼ା, ଇବ୍, ବ୍ରଜରାଜନଗର ଓ ବାଲେଶ୍ୱର ପରିସମସ୍ତ ଅଂଚଳକୁ ଏବଂରେଳପଥର ପରିବହନ ମୁଖ୍ୟକେନ୍ଦ୍ର ଭାବେ ପରିଚିତ ଅଂଚଳ ଗୁଡ଼ିକୁ ପୂର୍ବତଟ ରେଳ ଜୋନ୍ ରେ ସାମିଲ କରାଯାଉ ।
(୨) ଆନ୍ଧ୍ର ପ୍ରଦେଶ ର ଗୋଦାବରୀ ନଦୀରେ ନିର୍ମାଣ ହେଉଥିବା “ପୋଲାଭରମ ଡ଼୍ୟାମ୍ ର ଉଚ୍ଚତାବୃଦ୍ଧି ଫଳରେ ଓଡ଼ିଶାର ମାଲକାନଗିରି ଜିଲ୍ଲାର ଅନେକ ଗାଁ ବୁଡ଼ିଯିବ । ବିପୁଳ ସଂଖ୍ୟକ ଆଦିବାସୀ ମାନଙ୍କ ସମେତ ଲକ୍ଷଲକ୍ଷ ମାଲକାନଗିରି ଜିଲାର ଅଧିବାସୀମାନେ ବାସଚୁ୍ୟତ ହେବେ । ପୋଲାଭରମ୍ ପ୍ରକଳ୍ପର ଉଚ୍ଚତା ହ୍ରାସ ସହ କ୍ଷତିଗ୍ରସ୍ତ ଏବଂ ପ୍ରଭାବିତ ସମସ୍ତଙ୍କୁ ଉପଯୁକ୍ତ ଭାବେ ଥଇଥାନ କରାଯାଉ ।
(୩)ଓଡ଼ିଶାର ଜୀବନରେଖା ମହାନଦୀ ଉପରେ ଛତିଶଗଡ଼ ରାଜ୍ୟ ସରକାର କର୍ତୃତ୍ୱ ବିସ୍ତାରକରି ପୁଞ୍ଜିପତି ମାନଙ୍କର ସ୍ୱାର୍ଥ ପାଇଁ ଅନେକ ବେଆଇନ ଡ଼୍ୟାମ୍ ନିର୍ମାଣ ଫଳରେ, ଓଡ଼ିଶାରେ ମହାନଦୀ ଅବବାହିକାରେ ଖରାଦିନେ ଜଳାଭାବ ର ସମସ୍ୟା ଉତ୍କଟ ରୂପ ନେବାରେ ଲାଗିଛି । ବର୍ଷାଦିନେ ମଧ୍ୟ ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକ ଶୁଖିଲା ପଡ଼ୁଛି । ଫଳରେ ମହାନଦୀ ଅବବାହିକାରେ ବସବାସ କରୁଥିବା ଜନଗଣ ଜଳ ନିମନ୍ତେ ଅକଥନୀୟ ଦୁର୍ଦ୍ଧଶା ଭୋଗିବା ଆରମ୍ଭ ହୋଇଛି । ଯାହା ଆଗକୁ ଆହୁରି ଉତ୍କଟ ରୂପ ଧାରଣ କରିବ । ଓଡ଼ିଶାର ଚାଷ ଗଭୀର ଭାବେ କ୍ଷତିଗ୍ରସ୍ତ ହେବ । ମହାନଦୀରୁ ଜଳ ପାଇବା ଓଡ଼ିଶାର ଅଧିକାର ରହିଛି । ଓଡ଼ିଶା ପାଇଁ ପ୍ରାପ୍ୟ ମହାନଦୀ ଜଳକୁ ଓଡ଼ିଶାକୁ ଦିଆଯାଉ ।
(୪) ଓଡ଼ିଶା ମାଟି ତଳେ ଓ ମାଟି ଉପରେ ଭରି ରହିଛି ପ୍ରାକୃତିକ ଓ ଖଣିଜ ସମ୍ପଦ । ଆମ ରାଜ୍ୟର ପ୍ରାକୃତିକ ଖଣିଜ ସମ୍ପଦକୁ ଦେଶୀ-ବିଦେଶୀ ପୁଞ୍ଜିପତିମାନେ ନିଜସ୍ୱ ସ୍ୱାର୍ଥ ସାଧନ ପାଇଁ ଏହାକୁ ଲୁଣ୍ଠନ କରିଚାଲିଛନ୍ତି । ପ୍ରାକୃତିକ ସମ୍ପଦର ଲୁଣ୍ଠନ ବନ୍ଦ ସାଙ୍ଗକୁ ତାହାର ଉପଯୁକ୍ତ ବିନିଯୋଗ କରାଯାଇ ଅଧିକ ନିଯୁକ୍ତି ଭିତିକ ଶିଳ୍ପ ପ୍ରତିଷ୍ଠା କଲେ ବେକାର ଯୁବକ-ଯୁବତୀମାନେ କାମ ପାଇବେ ।
ଏହି ସମସ୍ତ ଦାବି ଉପରେ ଫରୱାର୍ଡ଼ ବ୍ଲକ୍, ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଆସନ୍ତା ୧୦ ଏପ୍ରିଲ୍ ୨୦୨୫ ରିଖ ଦିନ ୧୦ ଘଟିକା ସମୟରେ ଏକ ପ୍ରତିବାଦ ଧାରଣା ନୂଆଦିଲ୍ଲୀ ସଂସଦ ଭବନ ସମ୍ମୁଖସ୍ଥ ଜନ୍ତର ମନ୍ତର ଠାରେ ଅନୁଷ୍ଠିତ ହେଉଛି । ଏହି ଗଣ ଧାରଣାକୁ ସି.ପି.ଆଇ.(ଏମ୍) ଓଡ଼ିଶା ରାଜ୍ୟ କମିଟି ସମର୍ଥନ ଏବଂ ସଂହତି ଜ୍ଞାପନ କରୁଛି ଏବଂ ସଫଳ କରିବା ପାଇଁ ଆହ୍ୱାନ କରୁଛି ।
