ଉତ୍କଳ ହସ୍ପିଟାଲ ସହଯୋଗରେ ଦ୍ଵିତୀୟ ଜାତୀୟ ନେଫ୍ରୋଲୋଜିକାଲ କେୟାର ରିଭିୟୁ କୋର୍ସ- ୨୦୦୪ ଅନୁଷ୍ଠିତ 

ଭୁବନେଶ୍ୱର,୧୩ /୦୧/୨୦୨୪ (ଓଡ଼ିଶା ସମାଚାର)-ନେଫ୍ରୋଲୋଜିକାଲ କେୟାର ସୋସାଇଟି ଓ ଉତ୍କଳ ହସ୍ପିଟାଲ ସହଯୋଗରେ ଦ୍ଵିତୀୟ ନେଫ୍ରୋଲୋଜିକାଲ କେୟାର ରିଭିୟୁ କୋର୍ସ- ୨୦୦୪ ଭୁବନେଶ୍ବର ସ୍ଥିତ ହୋଟେଲ ସୁର୍ୟାନ୍ଶ ରେ ଜାନୁୟାରୀ ୧୩ ଏବଂ ୧୪ ଦୁଇ ଦିନ ଧରି ଅନୁଷ୍ଠିତହେଉଅଛି।

        ଆଇସିୟୁ ରେ ପ୍ରାୟ ୭୦% ରୋଗୀଙ୍କର କିଡନୀ ଫେଲିୟୋର ହୁଏ, ଯାହାକୁ କି ଆକ୍କ୍ଯୁଟ କିଡନୀ ଇଞ୍ଜୁରୀ ବୋଲି କୁହାଯାଏ।  ଏହି କ୍ଷେତ୍ରରେ ବୃକକ ବିଭାଗ ଓ କ୍ରିଟିକାଲ କେୟାର ର ମିଳିତ ଉଦ୍ୟମରେ ରୋଗୀ ମାନଙ୍କର ଚିକିତ୍ସା କରାଯାଇଥାଏ।  ତେଣୁ ଏହି ବର୍ଷର ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ ଏହି ଦୁଇ ବିଭାଗର ମିଳିତ ସହଯୋଗରେ ଚିକିତ୍ସା କୁ ଆହୁରି ସୁଗମ ଏବଂ ଉନ୍ନତ କରିବା ଏହି କର୍ମଶାଳା ର ଉଦ୍ଦେଶ୍ୟ ଅଟେ।  ଏହି କର୍ମଶାଳାରେ କ୍ରିଟିକାଲ କେୟାର ଏବଂ ନେଫ୍ରୋଲୋଜି କେୟାର ବିଭାଗର, ସମଗ୍ର ଦେଶରୁ ୧୫୦ ଜଣ ଡକ୍ଟର ଅଂଶ ଗ୍ରହଣ କରିଛନ୍ତି ।

ଅର୍ଗାନାଇଜିଙ୍ଗ କମିଟିର ସଭାପତି ଡକ୍ଟର ବିଶ୍ଵ ବିକାଶ ମହାନ୍ତି, ସେକ୍ରେଟାରୀ ଡକ୍ଟର ଲଲାଟ ବରୁଣପାତ୍ରଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜ୍ଵଳନ କରିଉତ୍କଳ ହସ୍ପିଟାଲ ର ଡିନ ଡକ୍ଟରପ୍ରଫୁଲ୍ଲକୁମାର ଦାସ, ମାନେଜିଙ୍ଗ ଡ଼ିରେକ୍ଟର ଡକ୍ଟର ପ୍ରଜ୍ଞାନ ରଞ୍ଜନ ଘଡାଇ ଏବଂ ମେଡିକାଲ ଡିରେକ୍ଟର ଡକ୍ଟର ରଞ୍ଜନ କୁମାରମହାପାତ୍ର ଉଦ୍ଘାଟନ କରିଥିଲେ।

Leave a Reply

Your email address will not be published. Required fields are marked *