ବସନ୍ତ ବିଶ୍ୱାଳଙ୍କ ୨୩ ତମ ଶ୍ରାଦ୍ଧବାର୍ଷିକ

                                 ବାଇମୁଣ୍ଡିଙ୍କୁ ଝୁରୁଛନ୍ତି କଟକବାସୀ

କଟକ,୦୭/୦୯/୨୦୨୬ (ଓଡ଼ିଶା ସମାଚାର/ ଦେବାଶିଷ ରଥ)- ପୂର୍ବତନ ଉପମୁଖ୍ୟମନ୍ତ୍ରୀ , ଆଧୁନିକ ଓଡିଶାର ନିର୍ମାତା ତଥା ସମୟର ପ୍ରତିଷ୍ଠାତା ବସନ୍ତ କୁମାର ବିଶ୍ୱାଳଙ୍କ ୨୩ ତମ ଶ୍ରାଦ୍ଧ ବାର୍ଷିକ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କଟକ ବାରବାଟୀ ନିକଟସ୍ଥ ଦୟାଶ୍ରମ ରୋଡରେ ଥିବା ସ୍ୱର୍ଗତ ବିଶ୍ୱାଳଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ସ୍ମୃତି ଚାରଣ କରାଯାଇଥିଲା । ସ୍ବର୍ଗତ ବିଶ୍ୱାଳ ଥିଲେ ଆଧୁନିକ କଟକର ଅନ୍ୟତମ ନିର୍ମାତା, ରିଙ୍ଗ ବନ୍ଧ ବାନ୍ଧି କଟକ ସହରକୁ ବନ୍ୟା ଦାଉରୁ ରକ୍ଷା କରିଥିଲେ। ଲୋକେ ତାଙ୍କୁ ଦ୍ୱିତୀୟ ବାଇମୁଣ୍ଡି ବୋଲି କହୁଥିଲେ। ସେ ସିନା ନାହାନ୍ତି ହେଲେ କଟକବାସୀ ତାଙ୍କ ବାଇମୁଣ୍ଡିଙ୍କୁ ଝୁରୁଛନ୍ତି ବୋଲି ଆୟୋଜିତ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା।

କାର୍ଯ୍ୟକ୍ରମରେ କଟକ ମୁ୍ନିସିପାଲ କର୍ପୋରେସନର ମେୟର ସୁବାଷ ସିଂ , ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ , ଓଡିଶା ଜନତା କଂଗ୍ରେସ ରାଜ୍ୟସଭାପତି ଇଂ ମହମ୍ମଦ ମୋକିମ , କଟକ ସଦର ବିଧାୟକ ପ୍ରକାଶ ସେଠୀ, ପୂର୍ବତନ ବିଧାୟକ ଡ଼ଃ ପ୍ରଭାତ ରଞ୍ଜନ ବିଶ୍ୱାଳ, କଟକ ଜିଲ୍ଲା ବିଜେଡି ସଭାପତି ପ୍ରଫୁଲ ସିଂ , ପୂର୍ବତନ ଡେପୁଟି ମେୟର ମଧୁ ସାହୁ , କଟକ ବ୍ଲକ ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ  ରାଉତ, ବିଜେପି ନେତା ଲଲାଟେନ୍ଦୁ ବଡୁ, ହୃଷିକେଶ ଜେନା, ସମାଜସେବୀ ବିଶ୍ୱଜିତ ସୂର୍ଯ୍ୟବଂଶୀ, ଓଜେସି କଟକ ନଗର ସଭାନେତ୍ରୀ ଗିରିବାଳା ବେହେରା , ସ୍ୱପ୍ନା ଫାଉଣ୍ଡେସନର ପ୍ରତିଷ୍ଠାତା ଶୁଧାଂସୁ ପାତ୍ର, ଆଶୀର୍ବାଦ ଫାଉଣ୍ଡେସନର ପ୍ରତିଷ୍ଠାତା ଦେବଦତ୍ତ ଧଳ, କର୍ପୋରେଟର ବିକାଶ  ରଞ୍ଜନ ବେହେରା,  ଇଂ ସୁବ୍ରତ ଘଡେଇ , ସନ୍ତୋଷ ଭୋଳ , ଅରବିନ୍ଦ ଜେନା , ସୌଭାଗିନୀ ଜେନା , ସୁଭାଶିତ ପଟ୍ଟନାୟକ , ଲିଜାରାଣୀ ରାଉତ , ମୀନା ସାହୁ, ଏମଡିଏ ସଭାପତି ସଞ୍ଜୟ ଜେନା, ମାନବେଶ ରାୟ, ସତ୍ୟବ୍ରତ ପଟ୍ଟନାୟକ, ସୁଶାନ୍ତ ପାତ୍ର, ସରୋଜ ରାଉତଙ୍କ ସମେତ ବିଭିନ୍ନ ସ୍ବେଛାସେବୀ ସଂଗଠନର କର୍ମକର୍ତ୍ତା, ବିଶିଷ୍ଠ ବ୍ୟକ୍ତି ଓ ନେତୃମଣ୍ଡଳୀଙ୍କ ସମେତ ବହୁ ସଂଖ୍ୟାରେ କଟକବାସୀ ଯୋଗ ଦେଇ ସ୍ୱର୍ଗତ ବିଶ୍ୱାଳଙ୍କ ଗୁଣ କିର୍ତ୍ତନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସାମ୍ବାଦିକ ସମୀର କର ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *