ଜ୍ଞାନ ଦ୍ୱାରା ସମାଜରେ ଅନ୍ଧକାର ଦୂର ହେବ, ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ୨୬ତମ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୦୮/୦୪/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଶିକ୍ଷବିତ, ଅଭିଭାବକ ଓ ଛାତ୍ର ୩ଜଣଙ୍କ ଉଦ୍ୟମରେ ଶିକ୍ଷାର ବିକାଶ ହେବ । ବିଦ୍ୟାଳୟ ମଣିଷ ତିଆରି କାରଖାନା । ଜ୍ଞାନ ଦ୍ୱାରା ସମାଜରେ ଅନ୍ଧକାର ଦୂର ହୋଇପାରିବ । ଏଥି ପାଇଁ ସମସ୍ତେ ଜ୍ଞାନ ଆହରଣ କରିବା ସହ ନୈତିକତା ଶିକ୍ଷା ଗ୍ରହଣ କରିବା ଉଚିତ୍ । ଭବିଷ୍ୟତ ଲକ୍ଷ୍ୟ ପାଇଁ ମୋବାଇଲ୍‌ରୁ ଖରାପ କଥା ନଶିଖି ଭଲ କଥା ଶିକ୍ଷା କରିବା ଉଚିତ ବୋଲି ପୁରୁଣା ଭୁବନେଶ୍ୱର ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ୨୬ତମ ବାର୍ଷିକ ଉତ୍ସବରେ ଅତିଥିମାନେ ମତ ପୋଷଣ କରିଥିଲେ ।

ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ବିଶିଷ୍ଠ ଶିକ୍ଷାବିତ୍ ଡ଼ ଉପେନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧ୍ୟାପିକା ଡ଼ ଜୟା ଦାସ, ସମ୍ମାନୀୟ ପୂର୍ବତନ କର୍ପୋରେଟର ରାଜେନ୍ଦ୍ର ସମର୍ଥ।, ଏଲ୍‌ ସାହୁ, ସମାଜସେବୀ ଅରକ୍ଷିତ ସାହୁ ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ଶିକ୍ଷା ସର୍ବ ଶ୍ରେଷ୍ଠ ପ୍ରସାଦ ବୋଲି ମତ ପୋଷଣ କରିଥିଲେ ।

ଏଥିରେ ସ୍କୁଲର ସମ୍ପାଦିକା ଡ଼ ପ୍ରମିଳା ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟକ୍ଷା ଅଞ୍ଜଳି ପଟ୍ଟନାୟକ ବାର୍ଷିକ ବିବରଣି ପାଠ କରିଥିଲେ । ଶିକ୍ଷକ ପ୍ରକାଶ କୁମାର ଜେନା ଧନ୍ୟବାଦ ପ୍ରଦାନ କରିଥିଲେ ।ଏହି ଅବସରରେ ବିଭିନ୍ନ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *