ଓଡିଶା ରାଜ୍ୟ ବିଧି ଆୟୋଗ କାର୍ଯ୍ୟାଳୟ ଉଦ୍ଘାଟିତ

ଭୁବନେଶ୍ୱର,୦୮/୦୪/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଓଡ଼ିଶା ରାଜ୍ୟ ବିଧି ଆୟୋଗ କାର୍ଯ୍ୟାଳୟ ପୂର୍ତ, ଅବକାରୀ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ତୋଷାଳୀ ଭବନ ପରିସରରେ ସ୍ଥାପିତ ଆୟୋଗଙ୍କ କାର୍ଯ୍ୟାଳୟ ରାଜ୍ୟରେ ପ୍ରଚଳିତ ଆଇନର ତର୍ଜମା, ପରିବର୍ତନ ଓ ସଂଶୋଧନ ଦିଗରେ ସରକାରଙ୍କୁ ପରାମର୍ଶ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ଏଥିସହ ୧୯୬୯ ମସିହାରେ ଗଠିତ ରାଜ୍ୟ ଆଇନ ସଂଶୋଧନ କମିଟିକୁ ଅଧିକ କାର୍ଯ୍ୟକ୍ଷମ କରିବା ସହ ରାଜ୍ୟର ପ୍ରଚଳିତ ଆଇନ ଏବଂ ସମକାଳୀନ ତାଲିକାରେ ଆସୁଥିବା ଆଇନଗୁଡ଼ିକର ପରିବର୍ତନ ଏବଂ ସଂଶୋଧନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର “ଓଡିଶା ରାଜ୍ୟ ବିଧି ଆୟୋଗ’ ଗଠନ କରିଛନ୍ତି । ଏହା ଓଡିଶା ସରକାର ଙ୍କ ଦ୍ୱାରା ଏକ ଯୁଗାନ୍ତକାରୀ ଓ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଅଟେ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ।

ଏହି ଅବସରରେ ଆୟୋଗର ଅଧ୍ୟକ୍ଷ ନ୍ୟାୟମୂର୍ତିର୍ି ବିଶ୍ୱନାଥ ରଥ, ଆୟୋଗର ପଦପ୍ରଯୁକ୍ତ ସଦସ୍ୟ ତଥା ମହାଧିବକ୍ତା ପିତାମ୍ବର ଆଚାର୍ଯ୍ୟ ଓ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ମାନସ ରଞ୍ଜନ ବାରିକ, ଆୟୋଗର ସଦସ୍ୟ ତଥା ପ୍ରଫେସର ଲଳିତ କୁମାର ଦେବ, ସୂର୍ଯ୍ୟ ପ୍ରସାଦ ମିଶ୍ର, ସୌର ଚନ୍ଦ୍ର ମହାପାତ୍ର, ଆୟୋଗର ସଦସ୍ୟ ସଚିବ ଗଙ୍ଗାଧର ସେଠୀ ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବାର ଆସୋସିଏସନର ସଭାପତି ମନୋଜ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ସଚିବ ପ୍ରଣବ କୁମାର ପାତ୍ର, ସ୍ୱତନ୍ତ୍ର ଶାସନ ସଚିବ ଭଗବାନ ପ୍ରସାଦ ସାହୁ, ଅତିରିକ୍ତ ସଚିବ ବିଭୁ ପ୍ରସାଦ ପଣ୍ଡା, ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *