ଭୁବନ ୩୧/୦୩/୨୦୨୫ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା ସରାଙ୍ଗ ସ୍ଥିତ ପିଏମ ଶ୍ରୀ ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଭୁବନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ପଞ୍ଚମ ଶ୍ରେଣୀ ଛାତ୍ରୀ ସାଇ ସମର୍ପିତା ବେହେରା ଟପ୍ପର ହୋଇଛନ୍ତି ।
ସୁଶ୍ରୀ ସାଇ ସମର୍ପିତା ଭୁବନ ଏନ୍ ଏ ସି ଅନ୍ତର୍ଗତ ପାଞ୍ଚ ନମ୍ବର ୱାର୍ଡ ସେନ ସାହିର ମାତା ସଜନୀ ବେହେରା ଓ ପିତା ଚନ୍ଦନ ବେହେରା ଙ୍କ ଏକମାତ୍ର ଝିଅ ।ପ୍ରବେଶିକା ପରୀକ୍ଷାରେ କୃତିତ୍ଵ ଅର୍ଜନ କରିଥିବା ମୋଟ ୮୦ ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସାଇ ସମର୍ପିତା ଜିଲ୍ଲା ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।
ଝିଅ ର କୃତିତ୍ୱ ରେ ଶ୍ରେଣୀ ଶିକ୍ଷୟତ୍ରୀ ପ୍ରଭାତି ମଞ୍ଜୁରୀ ସାହୁ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ,ପିତାମାତା ଓ ପରିବାର ଖୁସି ବ୍ୟକ୍ତ କରିବା ସହିତ ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି । ପ୍ରକାଶ ଥାଉ କି , ଛାତ୍ରୀ ସାଇ ସମର୍ପିତା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ଜଣେ ମେଧାବୀ ଛାତ୍ରୀ । ତୃତୀୟ ଶ୍ରେଣୀରୁ ସର୍ବଦା ପ୍ରଥମ ସ୍ଥାନ ଅଧିକାର କରି ଆସିଛନ୍ତି ଓ ତୃତୀୟ ଶ୍ରେଣୀ ବୃତ୍ତି ଲାଭ କରିଥିଲେ ।
