କଲ୍ୟାଣପୁର ଗାନ୍ଧୀ ଛକରେ ଶ୍ରଦ୍ଧାଞ୍ଜଳି ସଭା 

ମାହାଙ୍ଗା, ୦୭/୦୪/୨୦୨୫ (ଓଡିଶା ସମାଚାର/ଅଭୟ ଜେନା )କଲ୍ୟାଣପୁର ଗାନ୍ଧୀ ଛକ ବଜାର କମିଟି ପକ୍ଷରୁ ଯୁବ ବ୍ୟବସାୟୀ ବିନୋଦ ବେହେରାଙ୍କ ବିୟୋଗରେ ସୋମବାର ଦିନ ସ୍ଥାନୀୟ ବଜାର ବନ୍ଦ ରହିଥିବା ବେଳେ କମିଟିର ସଭାପତି ସମାଜସେବୀ ଅଖିଳେଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ବିନୋଦ ବେହେରାଙ୍କ ଭଳି ଜଣେ ମିଷ୍ଟଭାଷୀ, ମେଳାପୀ ଏବଂ ପରୋପକାରୀ ଯୁବକଙ୍କ ଅକାଳ ବିୟୋଗରେ ସମସ୍ତେ ମର୍ମାହତ ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଥିଲେ  ।

ଏହି କାର୍ଯ୍ୟକ୍ରମରେ ସମାଜସେବୀ ରବୀନ୍ଦ୍ର ନାଥ ଦାସ, ଶିକ୍ଷାବିତ ନଗେନ ବେହୁରା, ଗଣେଶ୍ୱର ସାମଲ,ନିରଞ୍ଜନ ମୁଦୁଲି,ରବୀନ୍ଦ୍ର ପୃଷ୍ଟି, ଲଛମନ ସିହ୍ନା, ରାମଚନ୍ଦ୍ର ବେହେରା,ଅଫସର ତୁଲ୍ଲା,ପ୍ରକାଶ ବେହେରା,ସୁମନ୍ତ ପଲେଇ,ସୁଶାନ୍ତ ଦାସ,ସରୋଜ ଦାସ, ସୁନିତ ସାହୁ,ଗୌରୀଶଙ୍କର ମହାପାତ୍ର,ଅରକ୍ଷିତ ଦାସ, ରମେଶ ବେହେରା, ସୁନୀଲ ବାରିକ, କେଦାରେଶ୍ୱର ପୁହାଣ,ବଳରାମ ସାହୁ, ପ୍ରଦୀପ୍ତ ବିଶ୍ୱାଳ, ତ୍ରିଲୋଚନ ସାହୁ,କୈଳାଶ ଚନ୍ଦ୍ର ଦାଶ, କୈଶୋର ଦାସ, ଭାଗ୍ୟଧର ସାହୁ, ରାଜେନ୍ଦ୍ର ପଣ୍ଡା, ଗୌରାଙ୍ଗ ସାହୁ,କ୍ଷୀରୋଦ ଦାଶ, ରାକେଶ ବେହେରା,ଲକ୍ଷ୍ମୀଧର ପଣ୍ଡା ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହିତ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *