ଓଡ଼ିଆ ସାମ୍ବାଦିକତା ଦିବସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା

ଭୁବନେଶ୍ୱର, ୪/୮/୨୦୨୪ (ଓଡ଼ିଶା ସମାଚାର)- ଆଜି ଓଡ଼ିଆ ସାମ୍ବାଦିକତା ଦିବସ। ପ୍ରତିବର୍ଷ ଅଗଷ୍ଟ ୪ ତାରିଖକୁ ଓଡ଼ିଶାରେ ଓଡ଼ିଆ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଏ। ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ଏକ୍ସ’ରେ ସେ ଲେଖିଛନ୍ତି ଓଡ଼ିଆ ସାମ୍ବାଦିକତା ଦିବସର ଶୁଭେଚ୍ଛା। ଆଜିର ଦିନରେ ପ୍ରଥମ ଓଡ଼ିଆ ଖବରକାଗଜ ‘ଉତ୍କଳ ଦୀପିକା’ ପ୍ରକାଶ ପାଇ ଜନଜାଗରଣ ଆଣିଥିଲା। ସାମ୍ବାଦିକତାରେ ନିରପେକ୍ଷତା ଏକ ସୁସ୍ଥ ଏବଂ ଜାଗୃତ ସମାଜ ଗଠନରେ ବେଶ ସହାୟକ ହୋଇଥାଏ। ଏହାକୁ ସର୍ବଦା ବଜାୟ ରଖିବା ସହିତ ଓଡ଼ିଆ ସାମ୍ବାଦିକତାକୁ ସମୃଦ୍ଧ କରିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ମୋର ସମ୍ମାନ ଜଣାଉଛି।

                        https://x.com/Naveen_Odisha/status/1819960087693181415

Leave a Reply

Your email address will not be published. Required fields are marked *