କେନ୍ଦ୍ରାପଡ଼ା, ୦୭/୦୪/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାର ଜଣେ ଆଗଧାଡିର ସମାଜସେବୀ ଯୁକ୍ତରାଷ୍ଟ୍ର ଆମେରିକାର ଆଲାସ୍କା ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ୭୮ତମ ଜନ୍ମଦିବସକୁ ଜିଲା ପ୍ରତିଭାପୂଜା ସଂସଦ ପକ୍ଷରୁ ସ୍ଥାନୀୟ ଗରାପୁରସ୍ଥିତ ରେସୱା ଅନୁଷ୍ଠାନରେ ପାଲିତ ହୋଇଯାଇଛି ।
ପ୍ରଥମେ ଅନ୍ତେବାସୀମାନେ ଡ. ଦାସଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରି ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏହି ଉପଲକ୍ଷେ ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାଗିରଥି ଜେନା, ମିନତୀ ମହାରଣା, ଚିତରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ତେବାସୀମାନେ କେକ୍ କାଟି ଡ. ଦାସଙ୍କ ଜନ୍ମଦିନ ପାଳନ କରିବା ସହ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ନିକଟରେ ତାଙ୍କ ସୁସ୍ଥ ଜୀବନ କାମନା କରି ପ୍ରାର୍ଥନା କରିଥିଲେ ।