କେନ୍ଦ୍ରାପଡ଼ା, ୧୧/୦୨/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା ସାମ୍ବାଦିକ ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ତଥା ଉତ୍କଳମେଲ ର ଜିଲା ପ୍ରତିନିଧି ସ୍ୱର୍ଗତ ସନ୍ତୋଷ କୁମାର କରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଉପଲକ୍ଷେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବରିଷ୍ଠ ସାମ୍ବାଦିକ ଚିତରଞ୍ଜନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସାମ୍ବାଦିକ ଚିତରଞ୍ଜନ ସାହୁ, ମାତୃଦତ ମହାନ୍ତି, ଜଗନ୍ନାଥ ଧଳ, ସୋମନାଥ ସାହୁ, ଅମରବର ବିଶ୍ୱାଳ, ପ୍ରଭାତ କୁମାର ଲେଙ୍କା, ରାଧାକାନ୍ତ ମହାନ୍ତି, ପ୍ରଶାନ୍ତ ନାୟକ, ବିରେନ ଦାସ, ବଳରାମ ବେହେରା, ରଞ୍ଜନ କୁମାର ସାହୁ, ସରୋଜ କୁମାର ରାଉତ, ଯତିନ କୁମାର ଦାସ ପ୍ରମୁଖ ସାମ୍ବାଦିକ ଯୋଗଦେଇ ସାମ୍ବାଦିକ ସ୍ୱର୍ଗତ କରଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ବରିଷ୍ଠ ସାମ୍ବାଦିକ ସନ୍ତୋଷ କରଙ୍କୁ ଶ୍ରଦ୍ଧାଞ୍ଜଳି
