ଜଗତସିଂହପୁର, ୦୫/୦୩/୨୦୨୫ (ଓଡ଼ିଶା ସମାଚାର)- ଆଜି ସକାଳ ୭.୩୦ ରୁ ୧୦.୩୦ ମଧ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ଏବଂ ସୁଭଦ୍ରା ଦ୍ୱିତୀୟ କିସ୍ତି ବଣ୍ଟନ ଉପଲକ୍ଷେ, ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ସ୍ଥିରୀକୃତ ହୋଇଥିବା ପଞ୍ଚାୟତ ସ୍ତରୀୟ ରାଲି କାର୍ଯ୍ୟକ୍ରମ, ଶିଶୁ ବିକାଶ ଯୋଜନା,ଜଗତସିଂହପୁର ଅନ୍ତର୍ଗତ ସମସ୍ତ ପଞ୍ଚାୟତ ତଥା ପୌରାଞ୍ଚଳ ରେ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରପଞ୍ଚ,PRI ସଦସ୍ୟ, ସୁଭଦ୍ରା ହିତାଧିକାରୀ, ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା,ଗୋଷ୍ଠୀ ର ଅନ୍ୟ ସଦସ୍ୟ, ଛାତ୍ରୀ, ଅଙ୍ଗନୱାଡ଼ି କର୍ମୀ ତଥା ସ୍ଥାନୀୟ ସରକାରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ସେହିପରି ପୌରାଞ୍ଚଳ ରେ ପୌର ପରିଷଦ ର ଅଧ୍ୟକ୍ଷା, ଉପାଧ୍ୟକ୍ଷ, ନିର୍ବାହୀ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଶିଶୁ ବିକାଶ ଯୋଜନା ଅଧିକାରିଣୀ, ଜଗତସିଂହପୁର, DPC ମିଶନ ଶକ୍ତି ,ଜଗତସିଂହପୁର, ଅଙ୍ଗନୱାଡ଼ି କର୍ମୀ,ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା,ସୁଭଦ୍ରା ହିତାଧିକାରୀ, ଛାତ୍ରୀ ତଥା ଜିଲ୍ଳାର ଗଣମାଧ୍ୟମ ପ୍ରତିନିଧି ଙ୍କ ଉପସ୍ଥିତିରେ ରାଲି କାର୍ଯ୍ୟକ୍ରମ କରଯାଇଥିଲା।
ପୌରାଞ୍ଚଳ କାର୍ଯ୍ୟାଳୟ ରେ ପୌର ପରିଷଦ ର ଅଧ୍ୟକ୍ଷା ପତାକା ଦେଖାଇ ରାଲି କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ।ରାଲି କାର୍ଯ୍ୟକ୍ରମ ରେ ପାଣିସାଳୀଆ ଗ୍ରାମରେ ମହିଳା ସଶକ୍ତିକରଣ ରେ ସୁଭଦ୍ରା ଯୋଜନାର ଭୂମିକା, ଆନ୍ତର୍ଜାତୀୟ ମହିଳା ଦିବସ ର ଗୁରୁତ୍ଵ, ଲିଙ୍ଗଗତ ସମାନତା ସମ୍ବନ୍ଧରେ ସ୍ଲୋଗାନ ଦେଇ ପରିକ୍ରମା କରିଥିଲେ।ଏହା ପରେ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଏହି ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରଯାଇଥିଲା । ଏହାପରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରଯାଇଥିଲା।
