କଟକ ସଦର, ୦୪/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ସୋମପୁର ତେଲଦିଆ ଛକ ଠାରେ ଅବସ୍ତିତ ଶ୍ରୀରାମ ମନ୍ଦିର ପରିସରରେ ୭ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ୩୨ ତମ ବାର୍ଷିକ ମହୋତ୍ସବ ଆଜି (ଶୁକ୍ରବାର ) ଠାରୁ ଶୁଭାରମ୍ଭ ହୋଇଛି। ଏହି ଉପଲକ୍ଷେ ଆଜି ମହିଳା ମାନେ କଳସ ଶୋଭାଯାତ୍ରାରେ ଯାଇଁ ମହାନଦୀର କିଶନନଗର ଶନି ଘାଟରୁ ଜଳ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନା କରିଥିଲେ।
ପ୍ରତ୍ୟେକ ଦିନ ଶ୍ରୀରାମ ଚରିତ୍ର ମାନସ ନବାନ୍ନ ପାରାୟଣ ଓ ଜ୍ଞାନ ପ୍ରବଚନ ସହିତ ଭଜନ ଜଣାଣ ଅନୁଷ୍ଠିତ ହେବ ବୋଲି ଆୟୋଜକ ମାନଙ୍କ ପକ୍ଷରୁ ଜଣାପଡିଛି।୧୩ ତାରିଖ ଦିନ ଯଜ୍ଞ ମହୋତ୍ସବ ର ଉଦଯାପନ ହେବାକୁ ଥିବା ବେଳେ କାର୍ୟ୍ୟକ୍ରମ ପରିଚାଳନାରେ ବିମଳ ପଣ୍ଡା, ପ୍ରମୋଦ ସାହୁ, ପ୍ରଶାନ୍ତ ସେଠୀ, ସଚିତ୍ର ସାହୁ, ଦିବ୍ୟଜ୍ୟୋତି ସାହୁ, ତ୍ରିନାଥ ବେହେରା,ମାନସ ଜୈ।ତିପ୍ରକାଶ,ମାନସ ସେଠୀ, ଜଗବନ୍ଧୁ ସ୍ୱ।ଇଂ, ଅଶୋକ ଭୋଇଙ୍କ ସମେତ ଗ୍ରାମବାସୀ ମାନେ ସହାୟତା କରୁଛନ୍ତି।
