କଟକ ସଦର, ୦୪/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ନିଜର କାର୍ଯ୍ୟ ଦକ୍ଷତା ପାଇଁ ରାଜ୍ୟ ରେ ଅନେକ ପଦକ ଓ ପ୍ରଶଂସା ପତ୍ର ପ୍ରାପ୍ତ ପରେ ଗତ ଓଡ଼ିଶା ଦିବସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୋଲିସ ମେଡାଲ ପାଇଥିବା ପରିପ୍ରେକ୍ଷୀରେ କିଶନନଗର ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି ଙ୍କୁ ରୋଜାଲିନ ଏଜୁକେସନାଲ ଟ୍ରଷ୍ଟ ପକ୍ଷରୁ ପରିଚାଳିତ ଅଗ୍ରଣୀ ଇଂରାଜୀ ମାଧ୍ୟମ ଉଇସଡମ୍ ପବ୍ଲିକ ସ୍କୁଲ ପକ୍ଷରୁ ଆଜି (ଶୁକ୍ରବାର ଦିନ) ଉପଢୌକନ, ପୁଷ୍ପଗୁଚ୍ଛ ସହ ଏକ ଉପହାର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିବା ଜଣାପଡିଛି।
ପ୍ରିନ୍ସପାଲ ଅପରାଜିତା ଘୋଷାଲ,ଓ ପରିଚାଳନା କମିଟି ମୂଖ୍ୟ ଵନଜଵାସିନୀ ଦାସ ଓ ସରିତା ମହାନ୍ତି ଙ୍କ ପକ୍ଷରୁ ଗୀତାଞ୍ଜଳି ନାୟକ,ମୈ।ସୂମୀ ମହାନ୍ତି, ରଶ୍ମି ରଞ୍ଜନ ରଣା,ଇସ୍ତାକ୍ ଅହମଦ ପ୍ରମୁଖ ଥାନା କୁ ଯାଇଁ ଆଇଆଇସିଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ। ଏହି ସମ୍ବର୍ଦ୍ଧନା ଆଗାମୀ ଦିନରେ ଲୋକଙ୍କ ପାଇଁ ଆହୁରି କାମ କରିବାକୁ ପ୍ରେରଣା ଯୋଗାଇବ ବୋଲି ଦୂର୍ଗେଶ ନନ୍ଦିନୀ ମହାନ୍ତି କହିଛନ୍ତି।
