ଆଇସିଏଆର୍-ସିଫାରେ ମତ୍ସ୍ୟଜ୍ଞାନ ଉତ୍ସବ ପାଳିତ

ଭୁବନେଶ୍ୱର,୦୪/୦୪/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-କୌଶଲ୍ୟାଗଂଗସ୍ଥିତ ଆଇସିଏଆର୍-କେନ୍ଦ୍ରୀୟ ମଧୁରଜଳଜୀବ ପାଳନ ସଂସ୍ଥା (ସିଫା)ତରଫରୁ ଏକ ମତ୍ସ୍ୟଜ୍ଞାନ ଉତ୍ସବ ଗତ ୩ ତାରିଖରେ ଅନୁଷ୍ଠିତହୋଇଯାଇଛି । ଏଥିରେଭୁବନେଶ୍ୱର, ପୁରୀ ଓ ସ୍ଥାନୀୟ ଅଂଚଳର ବିଭିନ୍ନ ସ୍କୁଲ ଓ କଲେଜରୁ ପ୍ରାୟ ଏକ ହଜାର ଛାତ୍ରଛାତ୍ରୀ ଓ ସେମାନଙ୍କ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରି ବିଭିନ୍ନ ପ୍ରକାର ଜୀବନ୍ତ ମଧୁର ମାଛ ସଂପର୍କରେ ଜ୍ଞାନ ଆହରଣ କରିଥିଲେ ।ବିଜ୍ଞାନକୁ ସମାଜର ପ୍ରତ୍ୟେକ ସ୍ତରରେ ପହଂଚାଇବା ଉଦ୍ଧେଶ୍ୟରେ ସିଫା ତରଫରୁ କରାଯାଉଥିବା ବିଭିନ୍ନ ଫ୍ଲାଗସିପ୍ କାର୍ଯ୍ୟକ୍ରମ ମଧ୍ୟରୁଏହା ଅନ୍ୟତମ ।

ଛାତ୍ରଛାତ୍ରୀମାନଙ୍କୁ ମାଛ ମାନଙ୍କ ପ୍ରଜାତି ଚିହ୍ନଟ ସହ ମାଛଚାଷ କିପରି ଖାଦ୍ୟ ନିରାପତାରେ ସାହଯ୍ୟ କରୁଛି, ଜୀବିକା ନିର୍ବାହର ମାଧ୍ୟମ ଓ ପରିବେଶ ସୁରକ୍ଷାରେ ସହାୟ ହୋଇପାରୁଛି ସେ ସଂପର୍କରେ ଅବଗତ କରାଯାଇଥିଲା ।ଏହି ଦିନିକିଆ କାର୍ଯ୍ୟକ୍ରମରେ ବିଜ୍ଞାନ ପ୍ରଦର୍ଶନୀ, ଜୀବନ୍ତ ମାଛ ପ୍ରଦର୍ଶନ, ଶିକ୍ଷାର୍ଥୀ-ବୈଜ୍ଞାନିକଙ୍କ ମଧ୍ୟରେ ଭାବ ବିନିମୟର ଏକ ସୁଯୋଗ ସୃଷ୍ଟି କରାଯାଇଥିଲା ।ତତ୍ସହିତ ଜଳକୃଷି ଉପରେ ଏକ ଡକୁ୍ୟମେଂଟାରୀ ଫିଲ୍ମ ଓ ଡ୍ରୋନ୍ ମାଧ୍ୟମରେ କିପରି ମାଛଖାଦ୍ୟ ପୋଖରୀରେ ପକାଯାଉଛି ତାହା ପ୍ରଦର୍ଶନ କରାଯାଇଥିଲା ।

ଏହି ପ୍ରଦର୍ଶନୀରେ ୨୫ଗୋଟି ଆକ୍ୱାରିୟମ୍ ରେ ଥିବା ଜୈବ ବିବିଧତା ସଂପନ୍ନ ମଧୁର ମାଛ ଗୁଡ଼ିକୁ ପିଲାମାନେ ବୁଲି ଦେଖିଥିଲେ ।ମୃତିକା ଓ ଜଳ ପରୀକ୍ଷଣ, ମାଛଖାଦ୍ୟ ତିଆରି ପ୍ରଣାଳୀ, ମାଛରୋଗ ଓ ତାର ନିରାକରଣ ସଂପର୍କରେ ଶିକ୍ଷାର୍ଥୀ ମାନଙ୍କୁ ଅବଗତ କରାଯାଇଥିଲା । ଛାତ୍ରଛାତ୍ରୀମାନେ ବ୍ୟବହାରିକ ଜ୍ଞାନ ପାଇଁ ବିଭିନ୍ନ ବୈଜ୍ଞାନିକ ଉପକରଣ ଗୁଡ଼ିକୁ ଦେଖିବା ସହ ତାର ବ୍ୟବହାର ମଧ୍ୟ କରିଥିଲେ ।ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ର, ମିଶନଶକ୍ତି, ଷ୍ଟେଟ୍ ବ୍ୟାଙ୍କ, ଏବଂ ଓମଫେଡ୍ ତରଫରୁ ମଧ୍ୟ ଷ୍ଟଲ୍ ପଡ଼ିଥିଲା ।

ମତ୍ସ୍ୟଜ୍ଞାନ ଉତ୍ସବ କିଶୋର ମାନଙ୍କ ବୈଜ୍ଞାନିକ ଅନୁସନ୍ଧିତ୍ସତାକୁ ବୃଦ୍ଧି କରିବ ଓ ସେମାନ ବିଜ୍ଞାନକୁ ଗଭୀର ଭାବରେ ବୁଝିବା ସହିତ ମତ୍ସ୍ୟ ବିଜ୍ଞାନରେ କ୍ୟାରିଅର ଗଠନ ପାଇଁ ଉତ୍ସାହିତ ହେବେବୋଲି ସିଫାର ନିର୍ଦ୍ଧେଶକ ଡଃ ପି. କେ. ଓାହୁ କହିଥିଲେ ।ଏହି କାର୍ଯ୍ୟକ୍ରମଟି ଶ୍ରେଣୀଗୃହ ବାହାରେ ପିଲାମାନଙ୍କୁ ଜ୍ଞାନ ଆହରଣ କରିବାରେ ସାହାଯ୍ୟ କରିବ ବୋଲି ଯୋଗଦାନ କରିଥିବା ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନେ ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *