ଏନ୍.ଏଚ ୧୬, ୫୩ ଓ ୨୦ ରେ ମାଲ ପରିବହନକାରୀ ଯାନବାହନର ଅନଧିକୃତ ପାର୍କିଂ ନିମନ୍ତେ କଟକଣା।

ଯାଜପୁର, ୦୩ /୦୪/୨୦୨୫ (ଓଡ଼ିଶା ସମାଚାର)- ଏନ୍.ଏଚ ୧୬, ଏନ୍.ଏଚ ୫୩, ଏନ୍. ଏଚ ୨୦ ର  ମୁଖ୍ୟ ପରିବହନ ରାସ୍ତାରେ ସମସ୍ତ ମାଲ ପରିବହନକାରୀ ଯାନବାହାନର ଅନଧିକୃତ ପାର୍କିଂ ଅତ୍ୟାବଶ୍ୟକୀୟ ଯାନବାହାନର ଅବାଧ ଚଳାଚଳକୁ ବାଧା ଦେଉଥିବାରୁ ଏବଂ ବହୁ ମାତ୍ରାରେ ସଡ଼କ ଦୁର୍ଘଟଣାର ସମ୍ଭାବନା ରହୁଥିବାରୁ ସାଧାରଣ ଜନତାଙ୍କ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ତଥା ଅଧ୍ୟକ୍ଷା, ଆର.ଟି.ଏ , ଯାଜପୁର ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ ଓଡ଼ିଶା ମଟର ଯାନ ଅଧିନିୟମ, ୧୯୯୩ ର ପ୍ରଦତ୍ତ ଧାରା ୬୩, ୯୩ ଏବଂ ମୋଟର ଯାନ ଅଧିନିୟମ, ୧୯୮୮ ଧାରା ୧୧୫,୧୬,୧୧୭ ଅନୁଯାୟୀ ଏନ୍.ଏଚ ୧୬ (ସଠିପୁର ରୁ ନେଲିଆ) ଏନ୍.ଏଚ ୫୩  (ବାଲିଚନ୍ଦ୍ରପୁର ରୁ ଡୁବୁରୀ) ଏବଂ ଏନ୍.ଏଚ ୨୦  (ପାଣିକୋଇଲି ଛକରୁ ରଗଡ଼ି ଛକ) ର ମୁଖ୍ୟ ପରିବହନ ରାସ୍ତାରେ ସମସ୍ତ ମାଲବାହୀ ଗାଡ଼ିର ଅନଧିକୃତ ପାର୍କିଂକୁ ପ୍ରତିବନ୍ଧିତ କରିଛନ୍ତି।

ଏହି ପ୍ରତିବନ୍ଧକ ତା ୦୧.୦୪.୨୦୨୫ ରିଖ ଠାରୁ ଆରମ୍ଭ ହୋଇ ତା ୩୦.୦୪.୨୦୨୫ ରିଖ (ଏକ ମାସ ପର୍ଯ୍ୟନ୍ତ) ଲାଗୁ ରହିବ।

Leave a Reply

Your email address will not be published. Required fields are marked *