ପାଲଲହଡା, ୧୯/୦୧/୨୦୨୫ (ଓଡ଼ିଶା ସମାଚାର)- ସାଙ୍ଗ ହୋଇ ଖେଳୁଥିବା ବେଳେ ଖଟା କମଳା ଖାଇବା ବେଳେ ବାହାରେ ଟଙ୍ଗା ଯାଇଥିବା ରାସାୟନିକ ପଟାସ ସାର କୁ ଲୁଣ ଭାବି କମଳା ସହ ଖାଇବା ଫଳରେ ୫ ଶିଶୁ ଗୁରୁତର ଅସୁସ୍ଥ ହୋଇ ପାଲଲହଡା ଉପଖଣ୍ଡ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁସାରେ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ସରୁଆଳି ଗ୍ରାମର ସୁନ୍ଦରସିଂ ଟିଉ ଙ୍କ ବାଡ଼ି ରେ ଦିନ ସାଢେ ଗୋଟାଏ ବେଳେ ରାକେଶ ଗଗରାଇ-୯ବର୍ଷ,ଜୟନ୍ତ କୁମାର ଟିଉ -୧୦ ବର୍ଷ,ପ୍ରତିଶ କୁମାର ଟିଉ -୭ବର୍ଷ,ରବୀନ୍ଦ୍ର ଡ଼ଙ୍ଗ -୧୦ବର୍ଷ,ସୁଜିତ ଡ଼ଙ୍ଗ -୪ବର୍ଷ ର ୫ ଜଣ ଶିଶୁ ଖେଳୁ ଥିବା ବେଳେ ଖଟା କମଳା/ଖାନ୍ଦିଆ ପାଇଥିଲେ, ଖଟା କମଳା ଖାଇବା ପାଇଁ ତାଙ୍କ ବଗିଚା ରେ ପ୍ରୟୋଗ ପାଇଁ ଘର କାନ୍ଥ ରେ ଟଙ୍ଗା ଯାଇଥିବା ରାସାୟନିକ ଧଳା ପଟାସ ସାର କୁ ଲୁଣ ଭାବି ଖାଇ ଦେଇଥିଲେ। ରାସାୟନିକ ସାର ଖାଇ ସମସ୍ତ ଶିଶୁ ବାନ୍ତି କରିବା ସହିତ ସଙ୍ଗେ ସଙ୍ଗେ ଗୁରୁତର ଅସୁସ୍ଥ ହୋଇ ପଡିଥିଲେ। ପରିବାର ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ସହାୟତା ରେ ଗୁରୁତର ଅସୁସ୍ଥ ଶିଶୁଙ୍କୁ ପାଲଲହଡା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ଚିକିତ୍ସା ପରେ ସମସ୍ତ ଶିଶୁ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡାକ୍ତର ପ୍ରକାଶ କରିଛନ୍ତି।
ଲୁଣ ଭାବି ଖାଇଦେଲ ପଟାସ ସାର, ୫ ଶିଶୁ ଗୁରୁତର ଅସୁସ୍ଥ
