ଭୁବନେଶ୍ୱର,୦୩/୦୪/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ପ୍ରତିବର୍ଷ ପରି ଚଳିତବର୍ଷ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଚତୁର୍ଦ୍ଧଶ ଲିଙ୍ଗରାଜ ମହୋତ୍ସବ ଆସନ୍ତା ୫ ତାରିଖ ଶନିବାର ଠାରୁ ୧୦ ତାରିଖ ଗୁରୁବାର ପର୍ଯ୍ୟନ୍ତ ୬ଦିନ ବ୍ୟାପୀ ଭଜନ ମଣ୍ଡପଠାରେ ଅନୁଷ୍ଠିତ ହେବ । ଏଥିରେ ୭୦୦ରୁ ଉଦ୍ଧ୍ୱର୍ କଳାକାର ଯୋଗଦେବେ । ଓଡ଼ିଶାର କଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ପାଇଁ ଏବଂ ରଥଯାତ୍ରା ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଅନୁଷ୍ଠାନର ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ଓ ସାଧାରଣ ସମ୍ପାଦକ ସନତ ମିଶ୍ର ସୂଚନା ଦେଇଛନ୍ତି ।
ଗୁରୁବାର ଦିନ ପୁରୁଣା ଭୁବନେଶ୍ୱରସ୍ଥିତ ଭଜନ ମଣ୍ଡପ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଶ୍ରୀ ରାଉତରାୟ ଓ ସାଧାରଣ ସମ୍ପାଦକ ଶ୍ରୀ ମିଶ୍ର କହିଛନ୍ତି ଯେ, ଚଳିତବର୍ଷ ଅଧିକ ପଡ଼ୋଶୀ ରାଜ୍ୟ ଏବଂ ଓଡ଼ିଶାର କଳାକାରମାନେ ନୃତ୍ୟ ପରିବେଷଣ କରିବେ । ଏହି ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୁରୁ ଗଜେନ୍ଦ୍ର ପଣ୍ଡା ଓ ଗୁରୁ ପ୍ରତିଭା ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୬ ଦିନ ବ୍ୟାପୀ ମହୋତ୍ସବ ପାଳନ କରାଯିବ ।
୫ ତାରିଖରେ ତି୍ରଧାରା ଭୁବନେଶ୍ୱରର ଓଡ଼ିଶୀ ନୃତ୍ୟ, ଶ୍ରୀ ଜଗନ୍ନାଥ ସଂସ୍କୃତି କଳା ନିକେତନ ଗଞ୍ଜାମର ଦେବଦାସୀ ନୃତ୍ୟ, ରାଜଜ୍ୟୋତି ଡ୍ୟାନ୍ସ ଗ୍ରୁପ୍ କୋଲକତାର କି୍ରଏଟିଭ ଡ଼୍ୟାନ୍ସ, ଗୁରୁ ତାରକ ସାହା କୋଲକତାର ଗୌଡୀୟ ନୃତ୍ୟ ଓ ଇଷ୍ଟର୍ଣ୍ଣ ଜୋନ କଲଚରାଲ ସେଂଟର ତରଫରୁ ପୁରୁଳିଆ ଛଉନୃତ୍ୟ,
୬ ତାରିଖରେ ପଦ୍ମଶ୍ରୀ ଇଲିଆନ ସୀତାରିଷ୍ଟ ଭୁବନେଶ୍ୱରଙ୍କ ଓଡ଼ିଶୀ ନୃତ୍ୟ, ବିଦୁଷୀ ଝୀନୁକ୍ ମୁଖାର୍ଜୀ କୋଲକତାଙ୍କ ଭାରତ ନାଟ୍ୟମ, ଶଙ୍କର ବାଇଙ୍କ ସମ୍ବଲପୁରୀ ନୃତ୍ୟ, ଇଷ୍ଟର୍ଣ୍ଣ ଜୋନ୍ କଲଚରାଲ ସେଂଟର ପୁରୁଳିଆ ଛଉନୃତ୍ୟ, ତ୍ରିନେତ୍ର କଳାକୁଞ୍ଜର କାଳୀ ନୃତ୍ୟ ଓ ବୀଣାକେଶରୀଙ୍କ ପାଲିନୃତ୍ୟ,
୭ ତାରିଖରେ ଗୁରୁ ମନୋରଞ୍ଜନ ପ୍ରଧାନ ଭୁବନେଶ୍ୱରଙ୍କ ଓଡ଼ିଶୀ ନୃତ୍ୟ, ବିହାରସ୍ଥିତ ସାକର କଳାକିର୍ତୀ (ଇଷ୍ଟର୍ଣ୍ଣ ଜୋନ୍ କଲଚରାଲ ସେଂଟର)ଙ୍କ ଫୋକ୍ ନୃତ୍ୟ, ବଲାଙ୍ଗୀରସ୍ଥିତ ଶଙ୍କର ବେହେରାଙ୍କ ସମ୍ବଲପୁରୀ ନୃତ୍ୟ, ବିଦୁଷୀ ଝୀନୁକ୍ ମୁଖାର୍ଜୀ କୋଲକତାଙ୍କ କ୍ରିଏଟିଭ ଡ଼୍ୟାନ୍ସ ଓ ଛତିଶଗଡ଼ର ଝୁମର ନୃତ୍ୟ,
୮ ତାରିଖରେ ଗୁରୁ ପ୍ରତିଭା ପଣ୍ଡା ଭୁବନେଶ୍ୱରଙ୍କ ଓଡ଼ିଶୀ ନୃତ୍ୟ, ବିହାରସ୍ଥିତ ସାକର କଳାକିର୍ତୀ (ଇଷ୍ଟର୍ଣ୍ଣ ଜୋନ୍ କଲଚରାଲ ସେଂଟର)ଙ୍କ ଫୋକ୍ ନୃତ୍ୟ, ଭିଲାଇସ୍ଥିତ ରିତେଶ ବାବୁଙ୍କ ଡ୍ୟାନ୍ସ ଡ୍ରାମା, ଶାନ୍ତିନିକେତନର ମଣିପୁର ନୃତ୍ୟ, ଶୁଭଶ୍ରୀ କଳାନିକେତନ ଭୁବନେଶ୍ୱରର ସମ୍ବଲପୁରୀ ନୃତ୍ୟ, ଓ କଟକସ୍ଥିତ ନୃତ୍ୟମ୍ ର କ୍ରିଏଡ଼ିଭ ଡ୍ୟାନ୍ସ,
୯ ତାରିଖରେ ରାଂଚିସ୍ଥିତ ଗୁରୁ ସବିତା ମିଶ୍ରଙ୍କ ଓଡ଼ିଶୀ ନୃତ୍ୟ, ଆସାମସ୍ଥିତ ରୁପମ୍ ଶର୍ମାଙ୍କ ବିହୁ ନୃତ୍ୟ, କଟକସ୍ଥିତ କଳା ବିକାଶ କେନ୍ଦ୍ରର ଓଡ଼ିଶୀ ନୃତ୍ୟ, କୋଲକତାସ୍ଥିତ କଳା ରସିକ ଫାଉଣ୍ଡେସନର କ୍ରିଏଟିଭ ନୃତ୍ୟ, ଆଲୋକ ବିଶୋୟୀଙ୍କ ଆନିମଲ ମାସ୍କ ଓ ମମତା ଶତପଥୀ ଭୁବନେଶ୍ୱରଙ୍କ କ୍ରିଏଟିଭ ଡ୍ୟାନ୍ସ ଏବଂ
୧୦ ତାରିଖରେ ପଦ୍ମଶ୍ରୀ ଗୁରୁ ଦୁର୍ଗାଚରଣ ରଣବୀର ଭୁବନେଶ୍ୱରଙ୍କ ଓଡ଼ିଶୀ ନୃତ୍ୟ, ଭୁବନେଶ୍ୱରସ୍ଥିତ ଶିଳ୍ପୀକାର କ୍ରିଏଟିଭ ନୃତ୍ୟ, କଟକଜିଲ୍ଲା ଚୌଦ୍ୱାରସ୍ଥିତ ପଦ୍ମଶ୍ରୀ ଉତ୍ସବ ଦାସଙ୍କ ଘୋଡ଼ାନାଚ, ଭୁବନେଶ୍ୱରସ୍ଥିତ ଓଡ଼ିଶୀ ଡ୍ୟାନ୍ସ ଏକାଡ଼େମୀର ଓଡ଼ିଶୀ ନୃତ୍ୟ, କୋଲକତାସ୍ଥିତ ଆଦି ନୃତ୍ୟକଳା ଏକାଡ଼େମୀର କ୍ରିଏଟିଭ ନୃତ୍ୟ ଏବଂ ଆସାମସ୍ଥିତ ରୂପମ ଶର୍ମାଙ୍କ ବିହୁ ନୃତ୍ୟ ପରିବେଷଣ କରାଯିବ ।
ଏହି ୬ ଦିନିଆ କାର୍ଯ୍ୟକ୍ରମକୁ ସଂଯୋଜନା କରିବେ ବାସୁଦେବ ନାଥ । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶନୀ ସଂସ୍ଥାର ଉପସଭାପତି ତଥା ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ, ରଶ୍ମୀ ମହାପାତ୍ର, ଯୁଗ୍ମ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ କୁମାର ମହାନ୍ତି, ମୁଖପାତ୍ର ଲିଙ୍ଗରାଜ ସାହୁ, କୋଷାଧ୍ୟକ୍ଷ ରତିକାନ୍ତ ମହାସୁଆର, କାର୍ଯ୍ୟାଳୟ ସମ୍ପାଦକ ବିଶ୍ୱନାଥ ମହାପାତ୍ର, କେଦାରନାଥ ମହାପାତ୍ର, ଶ୍ରୀବତ୍ସ ପତି, ଲଲାଟେନ୍ଦୁ ମହାନ୍ତି, ବାବନ ଚନ୍ଦ୍ର ମହାପାତ୍ର, ପ୍ରମୋଦ କୁମାର ଦାସ, ଗଣେଶ ପାଲ ଓ ଦେବାଶିଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
