ଧର୍ମଶାଳା କ୍ରୀଡ଼ା ଛାତ୍ରବାସ ପାଇଁ ପ୍ରତିଭା ଚୟନ

ଯାଜପୁର, ୩୦/୦୭/୨୦୨୫ (ଓଡ଼ିଶା ସମାଚାର)- ଆସନ୍ତା ତା ୦୫.୦୮.୨୦୨୫ ରିଖ ଠାରୁ ୦୯.୦୮.୨୦୨୫ ରିଖ ପଯ୍ୟନ୍ତ ଜାରକା ସ୍ଥିòତ ଧର୍ମଶାଳା ଷ୍ଟାଡିୟମ ଠାରେ କ୍ରୀଡ଼ା ପ୍ରତିଭା ଚୟନ ଅନୁଷ୍ଠିତ ହେବ। ୦୫.୦୮.୨୦୨୫ ରିଖ ଦିନ ଦୌଡ଼କୁଦ ୦୬. ୦୮.୨୦୨୫ ରିଖ ଫୁଟବଲ ୦୭.୦୮.୨୦୨୫ ରିଖ କ୍ରିକେଟ ୦୮.୦୮.୨୦୨୫ ରିଖ ଭଲିବଲ୍ ଓ ୦୯.୦୮.୨୦୨୫ ରିଖ ବ୍ୟାଡମିଣ୍ଟନ ପ୍ରତିଭା ଚୟନ ଅନୁଷ୍ଠିତ ହେବ।

ବୟସ ସୀମା ୯ ରୁ ୧୫ ବର୍ଷ ହୋଇଥିବା ଆବଶ୍ୟକ। ୦୧.୦୮.୨୦୨୫ ରିଖ ସୁଦ୍ଧା ବୟସ ୧୫ ବର୍ଷ ରୁ କମ୍ ହୋଇଥିବ। ଇଛୁକ ପ୍ରତିଯୋଗୀମାନେ ନିର୍ଦ୍ଧାରିତ ସକାଳ ୮ ଘଟିକାରେ ସମୟରେ ଧର୍ମଶାଳା ଷ୍ଟାଡିୟମ ରେ ଉପସ୍ଥିତ ରହିବାକୁ ଅନୁରୋଧ । ଜଣେ ପ୍ରତିଯୋଗୀ କେବଳ ଏକ ଗୋଟି କ୍ରୀଡ଼ା ରେ ଅଂଶ ଗ୍ରହଣ କରିପାରିବେ । ଅଧୂକ ବିବରଣୀ ପାଇଁ ଜିଲ୍ଲା କ୍ରୀଡ଼ା କାଯ୍ୟାଳୟ ସହିତ ଯୋଗାଯୋଗ କରିବାକୁ ଜିଲ୍ଲା କ୍ରୀଡା ଅଧିକାରୀ  ଫକୀର ମୋହନ ଟୁଡୁ  ସୂଚନା ଦେଇଛନ୍ତି। ଫୋନ – ୭୦୦୮୮୫୭୨୦୨/୮୮୪୭୮୮୬୩୧୬.

Leave a Reply

Your email address will not be published. Required fields are marked *