କଟକ,୦୩ /୦୨/୨୦୨୬( ଓଡିଶା ସମାଚାର/ ଅଭୟ ଜେନା) କଟକ ସଦର ଥାନା ଅନ୍ତର୍ଗତ ତେଲେଙ୍ଗାପେଣ୍ଠ ନିକଟସ୍ଥ ଢ଼ିଅ ନଛିପୁର ଗ୍ରାମରେ ଅବସ୍ଥିତ ଅକ୍ସଫୋର୍ଡ ପବ୍ଲିକ୍ ସ୍କୁଲର ବାର୍ଷିକ ଉତ୍ସବ “ଉଡାନ୍” ପାଳିତ ହୋଇଯାଇଛି ।
ବିଦ୍ୟାଳୟର ଅଧ୍ୟକ୍ଷ ନୟନ କିଶୋର ପରିଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସଞ୍ଜୁବାଳା ମିଶ୍ର ସମ୍ମାନିତ ଅତିଥି, ଶିକ୍ଷାବିତ୍ ସ୍ଵାଧୀନ ଚେତା ମହାନ୍ତି, ବିଦ୍ୟାଳୟର ନିର୍ଦେଶକ ବଳରାମ ସାହୁ, ସିଆରସିସି ଅନନ୍ତ ବେହେରା, ବିଦ୍ୟାଳୟର ଉପଦେଷ୍ଟା ଆଇନଜୀବୀ ଛବି ବେହେରା, ଶିକ୍ଷାବିତ୍ ପ୍ରମୋଦ ମହାନ୍ତି, ଢ଼ିଅ ନଛିପୁର ଗ୍ରାମ୍ୟ କମିଟି ସଭାପତି ମହେନ୍ଦ୍ର ବେହେରା, ସଂପାଦକ ପ୍ରଦୀପ କୁମାର ଦାସ ବଢ଼େଇସାହି ଗ୍ରାମ୍ୟ କମିଟିର ସଭାପତି ପୂର୍ଣ୍ଣଚନ୍ଦ୍ର ମୁଦୁଲି ଓ ଅଭିଭାବକ ରଣଜିତ୍ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।
ବିଦ୍ୟାଳୟର ଅଧ୍ୟକ୍ଷ ଡଃ ଅଜିତ ରଣା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବରିଷ୍ଠ ଶିକ୍ଷକ ରମାକାନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୫୦୦ଶହରୁ ଊର୍ଦ୍ଧ୍ବ ଅଭିଭାବକ ଅଭିଭାବିକା ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ ।
