ଆଜି ଠାରୁ ୨ ଦିନିଆ କୁଳପତି ସମ୍ମିଳନୀ

ଭୁବନେଶ୍ୱର,୩୧/୦୫/୨୦୨୬(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ରାଜ୍ୟରେ ଉଚ୍ଚଶିକ୍ଷାର ମାନ ବୃଦ୍ଧି ଓ ଆଗାମୀ ଭବିଷ୍ୟତରେ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଅଧିକ ସମୟୋପଯୋଗୀ କରିବା ଉଦ୍ଧେଶ୍ୟରେ ଆୟୋଜିତ ହେବାକୁ ଯାଉଛି ୨ ଦିନିଆ କୁଳପତି ସମ୍ମିଳନୀ  । ମେଁ ୩୧ରୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଲୋକଭବନରେ କୁଳପତି ସମ୍ମିଳନୀ -୨୦୨୬ ଆୟୋଜିତ ହେବ  । ଏହି ଅବସରରେ ପ୍ରଥମ ଦିନ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ପ୍ରସାରିତ ହେବ  । ଏଥିରେ ବିକଶିତ ଓଡ଼ିଶା- ୨୦୩୬’ ଏବଂ ‘ବିକଶିତ ଭାରତ-୨୦୪୭’ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଏବଂ ସଫଳତାକୁ ଉପସ୍ଥାପନ କରାଯିବ  ।

ଜାତୀୟସ୍ତରୀୟ ଘଟଣା ଉପରେ ଇଂରାଜୀ ଓ ଓଡ଼ିଆ ବକ୍ତୃତା ଆଧାରିତ ଚାନ୍ସଲର୍ସ କପ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ  । ସମ୍ମିଳନୀର ଦ୍ୱିତୀୟ ଦିବସରେ ‘ଜାତୀୟ ଶିକ୍ଷାନୀତି-୨୦୨୦’ (ଏନଇପି) ଉପରେ ସ୍ୱତନ୍ତ୍ର ଆଲୋଚନା ହେବ  । ଏନଇପି ଅଧୀନରେ ପ୍ରଶାସନିକ ସଂସ୍କାର, ବହୁ ବିଭାଗୀୟ ଶିକ୍ଷା ଓ ଗବେଷଣା, ଦକ୍ଷତା ସମନ୍ୱୟ ଏବଂ ନିଯୁକ୍ତି ଯୋଗ୍ୟତା, ଉଚ୍ଚଶିକ୍ଷାରେ ଡିଜିଟାଲ୍ ପରିବର୍ତନ, କ୍ରେଡିଟ୍ ଫ୍ରେମୱାର୍କ, ଏକାଡେମିକ୍ ବ୍ୟାଙ୍କ ଅଫ୍ କ୍ରେଡିଟ୍ ଏବଂ ପାଠ୍ୟକ୍ରମ ସଂସ୍କାର, ଓଡ଼ିଶାରେ ଉଚ୍ଚଶିକ୍ଷା ପାଇଁ ସରକାରଙ୍କ ଦୃଷ୍ଟିକୋଣ, ବିଶ୍ୱବିଦ୍ୟାଳୟକୁ ଶିଳ୍ପ ସହଯୋଗ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଶିକ୍ଷା ବିଷୟରେ ଦୀର୍ଘକାଳୀନ ଚର୍ଚ୍ଚା ହେବ  ।

Leave a Reply

Your email address will not be published. Required fields are marked *