ଏସଜି କଲେଜରେ ନୂଆ-ଓ  କ୍ରୀଡାଉତ୍ସବ ଉଦଯାପିତ

ଦଶରଥପୁର,୩୦/୧୨/୨୦୨୩(ଓଡ଼ିଶା ସମାଚାର)- ଦଶରଥପୁର ବ୍ଲକ କନିକାପଡା ପଞ୍ଚାୟତସ୍ଥିତ ସାଧୁଗୌରେଶ୍ୱର ମହାବିଦ୍ୟାଳୟ (ଏସଜି କଲେଜ ) ରେ ନୂଆ-ଓ ତରଫରୁ ଦୁଇଦିନିଆ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । +୨ ବିଭାଗର କ୍ରୀଡା ଉତ୍ସବକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ନିକୁଞ୍ଜ ବିହାରୀ ମହାପାତ୍ର ପତାକା ଉତୋଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ  । ପ୍ରଥମେ +୨ ର ଛାତ୍ର ଛାତ୍ରୀ ମାନେ ନିକଟସ୍ଥ ସାଧୁଗୌରେଶ୍ୱର ମନ୍ଦିରରେ ପୂଜାର୍ଚନା କରିବା ସହ ମଶାଲ ଶୋଭାଯାତ୍ରାରେ ଯୋଗ ଦେଇଥିଲେ  ।  +୨ର  ନୋଡାଲ ଅଫିସର ପ୍ରାଧ୍ୟାପକ ଉଜ୍ଜଳ କାନ୍ତ ଦାସ ମଶାଲ ଗ୍ରହଣ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ  ।  ସେହିପରି +୩ ଶ୍ରେଣୀର କ୍ରୀଡା ଉତ୍ସବ ଶେଷ ହୋଇଥିବା ବେଳେ ଉଭୟ ଦିନରେ ପ୍ରାୟ ୭୦୦ ସହରୁ ଉର୍ଦ୍ଧ ଛାତ୍ର ଛାତ୍ରୀ କ୍ରୀଡାରେ ଅଂଶ ଗ୍ରହଣ କରିଥିଲେ   ।  +୩ ର ନୋଡାଲ ଅଫିସର ପ୍ରାଧ୍ୟାପକ ରବିନାରାୟଣ ଦାସ, କ୍ରୀଡା ବିଭାଗର ମୁଖ୍ୟ ଉମାକାନ୍ତ ସାହୁ, ଡ଼ଃ ସୁଧାଂଶୁ କୁମାର ଦାସ, ପ୍ରଦୀପ ଶତପଥି, ସଞ୍ଜୟ କୁମାର ସାମଲଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ  ।  ଶେଷରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ନିକୁଞ୍ଜ ବିହାରୀ ମହାପାତ୍ର ଧ୍ଵଜ ଅବତରଣ କରିବା ସହ ସମସ୍ତଙ୍କୁ କ୍ରୀଡା ଉତ୍ସବରେ ସହଯୋଗ କରିଥିବାରୁ ଧନ୍ୟବାଦ ଦେଇଥିଲେ  ।

Leave a Reply

Your email address will not be published. Required fields are marked *