ଭୁବନେଶ୍ୱର,୩୦ /୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଅରୁଣ ଷଡ଼ଙ୍ଗୀଙ୍କୁ ପୁଲିସ ଡିଜି ଅତିରିକ୍ତ ଦାୟିତ୍ୱ । ଆସନ୍ତାକାଲି ପୁଲିସ ଡିଜି ସୁନୀଲ ବଂଶଲ ଅବସର ନେଉଥିବା ବେଳେ ତାଙ୍କ ସ୍ଥାନରେ ଅରୁଣ ଷଡ଼ଙ୍ଗୀଙ୍କୁ ପୁଲିସ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସ୍ଥାୟୀ ଡିଜିପି ନିଯୁକ୍ତି ଯାଏ ଅରୁଣ ଷଡ଼ଙ୍ଗୀ ଦାୟିତ୍ବରେ ରହିବେ । ଅରୁଣ ଷଡ଼ଙ୍ଗୀ ବର୍ତ୍ତମାନ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀର ସ୍ବତନ୍ତ୍ର ଡିଜି ଭାବେ କାର୍ଯ୍ୟରତ ଅଛନ୍ତି।
ଅରୁଣ ଷଡ଼ଙ୍ଗୀଙ୍କୁ ପୁଲିସ ଡିଜି ଅତିରିକ୍ତ ଦାୟିତ୍ୱ ।
