ନୂଆ-ଓ କାର୍ଯ୍ୟକ୍ରମର ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ଉଦଯାପିତ

ଦଶରଥପୁର,୩୦/୧୨/୨୦୨୩ (ଓଡ଼ିଶା ସମାଚାର)- ଦଶରଥପୁର ବ୍ଲକ ଦଶରଥପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ ପ୍ରଶାସନ ପକ୍ଷରୁ ତିନିଦିନ ଧରି ଆୟୋଜିତ ହୋଇଥିବା ନୂଆ-ଓ ଯୁବ ଓଡିଶା ନବିନ ଓଡିଶା ର ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ଶୁକ୍ରବାର ସନ୍ଧ୍ୟରେ ଉଦଯାପିତ ହୋଇଯାଇଛି । ବିଡ଼ିଓ ଆକାଶ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଦିଗମ୍ବର ମଲ୍ଲିକ, ତହସିଲଦାର ବିକ୍ରମ କିଶୋର ପରିଡା, ଏବିଡ଼ିଓ ତ୍ରିଲୋଚନ ସେଠି, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ରାହାସ ବିହାରୀ ଜେନା, ଉପାଧ୍ୟକ୍ଷା ଝିଲ୍ଲୀ ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟା ମାମିନା ମଲ୍ଲିକ,ଜିଲ୍ଲା ପରିଷଦ ସଭ୍ୟା ନିନାରାଣୀ ସାମଲ, ବ୍ଲକ ଅଲମ୍ପିକ ଆସୋସିଏସନର ସମ୍ପାଦକ ଭରତ ସାହୁ, ସମାଜସେବୀ ପ୍ରମୋଦ ସାହୁ, ଜିପିଓ ସୁମନ୍ତ କୁମାର ବେହେରା  ପ୍ରମୁଖ ଯୋଗ ଦେଇଥିଲେ । କବାଡି, ଖୋ-ଖୋ, ଭଲିବଲ, ଫୁଟବଲ, କ୍ରିକେଟ ଓ ହକି ଖେଳର କୃତି ପ୍ରତିଯୋଗୀ ଜିଲ୍ଲା ସ୍ତରୀୟ କ୍ରୀଡା ଉତ୍ସବାକୁ ମନୋନିତ ହୋଇଥିବା ଜିପିଓ ସୁମନ୍ତ କୁମାର ବେହେରାଙ୍କ ଠାରୁ ଜଣା ଯାଇଛି ।

Leave a Reply

Your email address will not be published. Required fields are marked *