କରିମ୍ ଙ୍କ ବଦାନ୍ୟତା : ବିଦ୍ୟାଳୟକୁ ମୂଲ୍ୟବାନ ଜମି ଦାନ କଲେ

ଗରଦପୁର, ୪/୮/୨୦୨୪ (ଓଡ଼ିଶା ସମାଚାର)- ତେଣ୍ଡାକୁଡ଼ା ଠାରେ ପ୍ରତିଷ୍ଠିତ ଅଂଚଳର ସର୍ବ ପୁରାତନ ଫଜଲହକ୍ ସରକାରୀ ଉଚ୍ଚ ବିଦ୍ୟାଳୟ । ଏହାର ଛାତ୍ର ଛାତ୍ରୀ ସଂଖ୍ୟା ପାଂଚ ଶହ ରୁ ଅଧିକ , ଯାହାକି ଦୁଇଟି ହାଇସ୍କୁଲ ର ଛାତ୍ର ଛାତ୍ରୀ ସଂଖ୍ୟା ସହିତ ସମାନ । ଏଠାରେ ଷଷ୍ଠ ଶ୍ରେଣୀ ଠାରୁ ୧୧ଦଶ ଶ୍ରେଣି ପର୍ଯ୍ୟନ୍ତ ଥିଲା । ରାଜ୍ୟରେ ଯୁକ୍ତ ୨ ଶିକ୍ଷା ବ୍ୟବସ୍ଥା ଚାଲୁ ହେବା ପର ଠାରୁ ଷଷ୍ଠ ଶ୍ରେଣୀ ଠାରୁ ୧୦ମ ଶ୍ରେଣି ପର୍ଯ୍ୟନ୍ତ କ୍ଲାସ ରହିଛି । ଏଠାରେ ହିନ୍ଦୁ ଓ ମୁସଲମାନ ପୁଅ ଝିଅ ମାନେ ପାଠ ବଢ଼ିଥାନ୍ତି, ଯାହାକି ଏହା ଅଂଚଳର ଭାଇ ଚାରାର ସର୍ବଶ୍ରେଷ୍ଠ ନିଦର୍ଶନ ।
ଏହି ବିଦ୍ୟାଳୟ ସଂଲଗ୍ନ ଏକ ମୂଲ୍ୟବାନ ଜମି ବିଦ୍ୟାଳୟକୁ ଦାନସୂତ୍ରେ ମିଳିଛି । ଫଜଲହକ୍ ସରକାରୀ ଉଚ୍ଚ ବିଦ୍ୟାଳୟ ସଂଲଗ୍ନ ଖାତା ନଂ ୯୫୯/୮୩୮, ପ୍ଲଟ ନଂ ୬୭୦/୨୯୬୭ ଏଳର-୦.୬୧ ଡ଼ିସିମିଲି ଜମି ଟି ତେଣ୍ଡାକୁଡ଼ା ମୌଜାର ସ୍ୱର୍ଗତ ସୟଦ ଗୋଲାମ ମୃତୁଜା ଙ୍କ ପୁଅ ସୟଦ ଫଜଲ କରିମ୍ ଙ୍କର ସ୍ଥିତିବାନ ସମ୍ପତି ଅଟେ । ବିଦ୍ୟାଳୟ ର ପୁରାତନ ଛାତ୍ର ପରିଷଦ କର୍ମମର୍ତାଙ୍କ ଅନୁରୋଧ କ୍ରମେ ବିଦ୍ୟାଳୟ ସଂଲଗ୍ନ ଉକ୍ତ ମୂଲ୍ୟବାନ ଜମିଟିକୁ ଜମି ର ମାଲିକ ସୟଦ ଫଜଲ କରିମ୍ ବିଦ୍ୟାଳୟକୁ ଦାନ କରିଛନ୍ତି । ଗରଦପୁର ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲିପ କୁମାର ସ୍ୱାଇଁ ଓ କେନ୍ଦ୍ରାପଡ଼ା ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଙ୍କ ଉପସ୍ଥିତିରେ ସୟଦ ଫଜଲ କରିମ୍ ଉକ୍ତ ଜମିକୁ ବିଦ୍ୟାଳୟ ନାମରେ ରେଜିଷ୍ଟ୍ରେସନ୍ କରିଛନ୍ତି । ବିଦ୍ୟାଳୟର ଉନ୍ନତି ପାଇଁ ସୟଦ ଫଜଲ କରିମ୍ ତାଙ୍କର ମୂଲ୍ୟବାନ ସ୍ଥିତିବାନ ସମ୍ପତିକୁ ବିଦ୍ୟାଳୟକୁ ଦାନ କରିଥିବାରୁ ତାଙ୍କର ଏହି ମହାନତା ଓ ବଦାନ୍ୟତା ପାଇଁ ବିଦ୍ୟାଳୟ ର ମୋ ସ୍କୁଲ କମିଟି ଓ ପୁରାତନ ଛାତ୍ର ପରିଷଦ ପକ୍ଷରୁ ଡ଼ ଅମରେନ୍ଦ୍ରନାଥ ମହାନ୍ତି, ଡ଼ ଅବଦୁଲ ହଲିମ ଖାଁ, ଡ଼ ସରୋଜ କୁମାରେ ମହାନ୍ତି , ବରିଷ୍ଠ ସାମ୍ବାଦିକ ଦୀପ୍ତିରଂଜନ କାନୁନଗୋ,ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ମନମୋହନ କାନୁନଗୋ,ନୃସିଂହ ବେହେରା,ଗୌରଚନ୍ଦ୍ର ଦାସ, ରବିନ୍ଦ୍ରନାଥ ମହାନ୍ତି, ହୃଦୟନିଧି ମହାନ୍ତି,ମଧୁସୂଦନ ପଣ୍ଡା, ନୃସିଂହପ୍ରସାଦ ଦାସ, କୈଳାଶ ଚନ୍ଦ୍ର ସ୍ୱାଇଁ,ବାନାମ୍ବର ଦାଶ କୃତଜ୍ଞତା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *