ଵସ୍ତପଡାରେ ମା’ କାଞ୍ଚେନେଶ୍ୱରୀ ଓ ବାବା ସ୍ୱପ୍ନେଶ୍ୱର ଙ୍କ ବାର୍ଷିକୋତ୍ସବ

କଟକ ସଦର, ୩୧/୦୩/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଅରିଲୋ ପଞ୍ଚାୟତ ଵସ୍ତପଡା ଗ୍ରାମର ଗ୍ରାମଦେବତୀ ମା’ କାଞ୍ଚେନେଶ୍ୱରୀ ଓ ଗ୍ରାମଦେବତା ବାବା ସ୍ୱପ୍ନେଶ୍ୱର ଙ୍କ ୫ ଦିନିଆ ବାର୍ଷିକୋତ୍ସବ ଆଜି (ସୋମବାର) ଠାରୁ ଆଧ୍ୟାତ୍ମିକ ପରିବେଶ ସହ ମହାସମାରୋହରେ ଆରମ୍ଭ ହୋଇଛି।

ଏହି ଉପଲକ୍ଷେ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା ରେ ମହିଳା ମାନେ ପବିତ୍ର ଜଳ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନା କରିବା ପରେ ଯାଜ୍ଞିକ ପଣ୍ଡିତ ଵିଦ୍ୱାନ ବ୍ରାହ୍ମଣମାନଙ୍କ ଦ୍ୱାରା ଯଜ୍ଞ କାର୍ୟ୍ୟକ୍ରମ ଆରମ୍ଭ ହୋଇଥିବା ଜଣାପଡିଛି।

କାର୍ୟ୍ୟକ୍ରମ ପରିଚାଳନାରେ ବନମାଳୀ ସ୍ୱ।ଇଁ, ମନୋଜ ରାଉତ, ନିରଞ୍ଜନ ଓଝା,ପୂର୍ଣ୍ଣ ମହାରଣା, ସୁଶିଲ ସାହୁ,ନିର୍ମଳ ବାରିକ, ସୁବାସ ସାହୁ ସୁକାନ୍ତ ଭୁୟାଁ,ଭରତ ସ୍ୱ।ଇଁ, ରଶ୍ମି ମହାପାତ୍ର,ବଳରାମ ରାଉତ, ପଦ୍ମନାଭ ଓଝା ଙ୍କ ସମେତ ସମସ୍ତ ଗ୍ରାମବାସୀମାନେ ସହାୟତା କରୁଥିବା ଜଣାପଡିଛି। ଏହି ଅବସରରେ ପ୍ରତ୍ୟେକ ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ହେବ ବୋଲି ଆୟୋଜକ ମାନଙ୍କ ପକ୍ଷରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *