ମାହାଙ୍ଗା ୧୩/୦୨/୨୦୨୫ ( ଓଡିଶା ସମାଚାର/ ଅଭୟ ଜେନା )-କୁହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କଲ୍ୟାଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ପ୍ରଧାନଶିକ୍ଷୟିତ୍ରୀ ସୌଦାମିନୀ ଶରଣ ଅଧ୍ୟକ୍ଷତା କରିଥିଲେ ।
ବିଦ୍ୟାଳୟ ପୁରାତନ ଛାତ୍ରସଂଘ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଅଖିଳେଶ ପଦ ମହାନ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ବିଦ୍ୟାର୍ଥୀ ମାନଙ୍କୁ ମହାପୁରୁଷଙ୍କ ଜୀବନୀ ଅଧ୍ୟୟନ ଏବଂ ସତ ମାର୍ଗ ଅନୁସରଣ ପାଇଁ ଆହ୍ୱାନ ଦେଇଥିଲେ । ପୂର୍ବତନ ସରପଞ୍ଚ ହେମନ୍ତ କୁମାର ପ୍ରଧାନ ମୁଖ୍ୟ ବକ୍ତାଭାବେ ଯୋଗଦେଇଥିଲେ ।
ବରିଷ୍ଠ ଶିକ୍ଷୟିତ୍ରୀ ସବିତା ଦାସ,ନୀଳଶ୍ରୀ ନିରୋଜା ନଳିନୀ, ଭାରତୀ ପଣ୍ଡା,ମମତା ସାମଲ, ସୁବର୍ଣ୍ଣା ମଞ୍ଜରୀ ମଲ୍ଲିକ, ସ୍କୁଲ ଶିକ୍ଷକମିଟି ସଭାପତି ଶରତ ବେହେରା,ସଭ୍ୟ ରମେଶ ବେହେରା, ରଶ୍ମିତା ବେହେରା, ରମେଶ ବେହେରା, ପୁଷ୍ପିତା ସେଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।
ଚଳିତ ବର୍ଷ ପାଇଁ ବାଳକ ବିଭାଗରେ ଆଶୁତୋଷ ବେହେରା, ବାଳିକା ବିଭାଗରେ ସ୍ନେହମୟୀ ସେଠୀ ଚମ୍ପିୟାନ ହୋଇଥିଲେ । ସମସ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ବୃତ୍ତି ପରୀକ୍ଷାରେ କୃତୀତ୍ୱ ଅର୍ଜ୍ଜନ କରିଥିବା ଆଦ୍ୟାଶ୍ରୀ ବାରିକ ଏବଂ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅର୍ଦ୍ଧ ବାର୍ଷିକ ପରୀକ୍ଷାରେ ପ୍ରଥମ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଥିବା ଶ୍ରେଷ୍ଠ ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ଏହି ଅବସରରେ ବିଦ୍ୟାଳୟକୁ ପରିଷ୍କାର ପରିଚ୍ଛନ୍ନ ଏବଂ ଶୃଙ୍ଖଳା ରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ୪ ଟି ଦଳ ମଧ୍ୟରୁ ମହାନଦୀ ଗ୍ରୁପ କୁ ଶ୍ରେଷ୍ଠ ଦଳ ଭାବେ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଶତାୟୁ ବିଦ୍ୟାଳୟର ଆଲୁମୁନି ସଦସ୍ୟ ଏବଂ ପରିଚାଳନା କମିଟି ସଭ୍ୟ ସଭ୍ୟା ମାନଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।