କଟକ ସଦର ରେ ଇଦ୍-ଉଲ୍-ଫିତର

କଟକ ସଦର, ୩୧/୦୩/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଇଦ୍-ଉଲ୍-ଫିତର ମୁସଲମାନ ମାନଙ୍କର ଏକ ଅତ୍ୟନ୍ତ ପବିତ୍ର ଏଵଂ ଆନନ୍ଦ ଓ ଉଲ୍ଲାସର ପର୍ଵ। ଏହି ପର୍ଵ ରମଜାନ ମାସର ଉପବାସ, ପ୍ରାର୍ଥନା ଓ ଆତ୍ମଶୁଦ୍ଧିର ଶେଷ ପ୍ରତୀକ ରୁପେ ପାଳନ କରାଯାଏ।ଏହି ପର୍ଵ ଦୟାର ମହତ୍ତ୍ଵ କୁ ପ୍ରାଧାନ୍ୟ ଦେଇଥାଏ।

ଏହି ଅବସରରେ ଆଜି (ସୋମବାର ଦିନ) ଏହି ମାନବିକତା, ଏକତା, ଦୟା ଓ ଭାଇଚାରାର ଇଦ୍ ପର୍ବକୁ କଟକ ସଦର ଅନ୍ତର୍ଗତ ଵୈୟାଳିସମୈ।ଜା ରାଉତରାପୁର, ପରମହଂସ, ଦେଓପୁର, ଦାମୋଦରପୁର, ସୋମପୁର, ଥୋରିଆପଡା, କିଶନନଗର, ପ୍ରହରାଜପୁର, ଗଡମା, ନେମାଳ, ମହମଦପୁର, ବାବୁଜଙ୍ଗ ପ୍ରଭୃତି ଅଞ୍ଚଳରେ ଥିବା ମୁସଲମାନ ଧର୍ମାବଲମ୍ବୀ ମାନେ ଧୁମଧାମରେ ପାଳନ କରୁଥିବା ଜଣାପଡିଛି।

ଏହି ପରିପ୍ରେକ୍ଷୀରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ, ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରା, କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ ର ସଭାପତି ଶିକ୍ଷାବିତ ପ୍ରଫେସର ମନୋଜ ନାୟକ, କଟକ ସଦର ଵିଚାର ମଞ୍ଚ ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା ପ୍ରମୁଖ ସଦର ବାସୀଙ୍କୁ ଇଦ୍ ମୁଵାରକ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *