ବରିଷ୍ଠ ସାମ୍ବାଦିକ ନାରାୟଣ ଚନ୍ଦ୍ର ସାହାଣି ଙ୍କ ପରଲୋକ    

ଗରଦପୁର,୩୧/୦୩/୨୦୨୫(ଓଡ଼ିଶା ସମାଚାର)- ବରିଷ୍ଠ ସାମ୍ବାଦିକ ନାରାୟଣ ସାହାଣି (୬୩) ଙ୍କର ଆଜି ଅପରାହ୍ନରେ ପରଲୋକ ଘଟିଛି । ସ୍ୱର୍ଗତ ସାହାଣୀ ଦୀର୍ଘ ବର୍ଷ ଧରି ପ୍ରଜାତନ୍ତ୍ର ଓ ପରେ ଇ-ଟିଭିର କେନ୍ଦ୍ରାପଡ଼ା ଜିଲା ପ୍ରତିନିଧି ଭାବରେ କାର୍ଯ୍ୟ କରିଥିଲେ । ସ୍ୱର୍ଗତ ସାହାଣି ଗତ ଦୁଇ ବର୍ଷ ପୂର୍ବେ ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସାଧିନ ଥିଲେ ।

ପାଟକୁରା ଥାନା ନିକଟସ୍ଥ ଏକ ଭଡା ଘରେ ସପରିବାର ରହୁଥିଲେ । ସ୍ୱର୍ଗତ ସାହାଣି ଅସୁସ୍ଥ ଥାଇ ଆଜି ଅପରାହ୍ନରେ ହୃଦ୍ଘାତର ଶିକାର ହୋଇଥିଲେ ।ଏ ସମ୍ପର୍କରେ ଖବର ପାଇଁ ପାଟକୁରା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଶେଷଜ୍ଞ ଡାକ୍ତର ହିମାଂଶୁ ଭୁଷଣ ଷଢଙ୍ଗି ତାଙ୍କ ବାସଭବନରେ ପହଂଚିି ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ପତ୍ନୀ ଓ ଦୁଇ ଝିଅ ଅଝନ୍ତି । ସ୍ୱର୍ଗତ ସାହାଣିଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଂଚଳରେ ଶୋକ ପ୍ରକାଶ ପାଇଛି ।

ତାଙ୍କ ପରାଲୋକ ଖବର ପାଇ ସାମ୍ବିଦିକ ବିଚିତ୍ର ପଟ୍ଟନାୟକ, ସାମ୍ବାଦିକ ଆଶିସ ସେନାପତି ,ସମ୍ବାବାଦିକ ମନୋଜ କୁମାର ସ୍ୱାଇଁ, ସମ୍ବାଦିକ ହିମାଂଶୁ ନାୟକ ,ସାମ୍ବାଦିକ ଦୀପ୍ତି ମହାନ୍ତି ,ସାମ୍ବାଦିକ ସୁବାସ ଚନ୍ଦ୍ର ଖୁଂଟିଆ, ସାମ୍ବାଦିକ ନବଘନ ନାୟକ, ସାମ୍ବାଦିକ ଧିରେନ୍ଦ୍ର ମିଶ୍ର , ସାମ୍ବାଦିକ ସୁବାସ ସାମଲ, ସାମ୍ବାଦିକ ଶିବ ପ୍ରସାଦ ପରିଜା, ସାମ୍ବାଦିକ ସରୋଜ ପରିଡ଼ା ପ୍ରମୁଖ ତାଙ୍କ ପାଟକୁରାସ୍ଥିତ ବାସଭବନରେ ପହଂଚି ଶେଷ ଦର୍ଶନ କରିଥିଲେ ।

ସେହିପରି ସମାଜସେବୀ ପ୍ରାଧ୍ୟାପକ ଅଜୟ ରାଉତ , ବିଜେଡ଼ି ନେତା ରାଜେଶ ପଣ୍ଡା ,ପୂର୍ବତନ ଜିଲା ପରିଷଦ ସଦସ୍ୟା ଅହଲ୍ୟା ଲେଙ୍କା, ସରପଂଚ ଗୀତାଂଜଳି ମହାନ୍ତି , ପୂର୍ବତନ ସରପଂଚ ଶୈଳେନ୍ଦ୍ର ମହାନ୍ତି, ରଂଜିତ କୁମାର ପଣ୍ଡା ଙ୍କ ସମେତ ପାଟକୁରା ହାଇସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଂଚଳର ବହୁ ମାନ୍ୟ ଗଣ୍ୟ ଲୋକ ପହଂଚି ଶେଷ ଦର୍ଶନ କରିଥିଲେ ।

ଶ୍ରୀ ସାହାଣୀଙ୍କ ପରଲୋକ ଖବର ପାଇ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ବିଜେଡ଼ି ନେତା ରବି ସାମଲ, ପୂର୍ବତନ ବିଧାୟକ ଅତନୁ ସବ୍ୟସାଚୀ ନାୟକ , ବ୍ଲକ୍ ଅଧ୍ୟକ୍ଷ ଅଭୟ ମହାରାଜ , ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ସମାଚାର ଓ ଓଡ଼ିଶା ସମାଚାର ଲାଇଭ ର ଏଡ଼ିଟର ଦୀପ୍ତିରଂଜନ କାନୁନଗୋ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଶ୍ରୀ ସାହାଣୀଙ୍କ ମର ଶରରକୁ ଆଜି ନିଜ ପୈତୃକ ଗ୍ରାମ ବିଲବଳରାମପୁର କୁ ନିଆଯାଇଛି । ତାଙ୍କ ଗାଁ ସ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯିବ । ତାଙ୍କର ୨ ଝିଅ ଓ ପତ୍ନୀ ଅଛନ୍ତି । ପତ୍ନୀ ରୀନାରାଣୀ ମହାନ୍ତି ପାଟକୁରା ହାଇସ୍କୁଲ ରେ ଜଣେ ଶିକ୍ଷୟିତ୍ରୀ ଅଟନ୍ତି ।

Leave a Reply

Your email address will not be published. Required fields are marked *