କଟକ ସଦର, ୧୬/୦୫/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପର ଷ୍ଟାର, ବିଜେପି ନେତା, ସାଂସଦ ଅନୁଭବ ମହାନ୍ତିଙ୍କ ଉପରେ କଟକ ସ୍ୱତନ୍ତ୍ର ଜେଏମଏଫସି କୋର୍ଟ ଲଗାଇଥିବା ଜାମିନ ବିହୀନ ପରୱ।ନା ( ଏନଵିଡଲ୍ୟୁ) ଉପରେ ଆଜି ଗୁରୁବାର ଦିନ ଓଡ଼ିଶା ହାଇକୋର୍ଟ ରୋକ୍ ଲଗାଇଛନ୍ତି। କଟକ କମିଶନରେଟ ପୁରୀଘାଟ ଥାନା ରେ ଵର୍ଷା ପ୍ରିୟଦର୍ଶିନୀ ଙ୍କ ଅଭିଯୋଗ ଉପରେ ହୋଇଥିବା ମାମଲା ଉପରେ ଜେଏମଏଫସି କୋର୍ଟ ଏନଵିଡଲ୍ୟୁ ଜାରି କରିଥିଲେ ଏଵଂ ଆସନ୍ତା ୨୩ ତାରିଖ ସୁଦ୍ଧା ଅଦାଲତରେ ହାଜର ନହେଲେ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜିର ରାୟ ପ୍ରକାଶ ପରେ ଅନୁଭବ ଓ ତାଙ୍କର ଅନ୍ୟ ଦୁଇ ସହଯୋଗୀଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି। ଅନୁଭବଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ତଥା ବରିଷ୍ଠ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ ମାମଲା ଲଢ଼ୁଥିଲେ ।